ଆରଡିରେ କାଉଡିଆଙ୍କ ଭିଡ

0

(ଶେଖ ଫାଇଜାନ କାଦରୀ)ଭଦ୍ରକ: ଭଦ୍ରକ ସହରାଞ୍ଚଳ ସାହାପୁର ସ୍ଥିତ ସାଳନ୍ଦୀ ନଦୀ ଘାଟରେ କାଉଡିଆ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି।ଅଧିକାଂଶ ଭକ୍ତ ବାବା ଆଖଣ୍ଡଳମଣୀକୁ ଜଳାଭିଷେକ ଲାଗି ଆସିଛନ୍ତି।ନଦୀରେ ବୁଡ ପକାଇ ନଦୀପଠାରେ ପୂଜାର୍ଚନା କରି ଆରଡି ଅଭିମୂଖେ କାଉଡିଆ ଭକ୍ତ ବୋଲବମ ହରହର ବମ ଧ୍ବନୀରେ ନଦୀପଠା ଠାରୁ ସହର ବଜାର ପ୍ରକମ୍ପିତ ହେଉଛି।ନିଜେ କଷ୍ଟ ସହି ବାବାଙ୍କୁ ଜଳଲାଗି କଲେ ମନଷ୍କାମନା ପୂର୍ଣ୍ଣ ହେବ ବୋଲି ଭକ୍ତମାନେ କହିଛନ୍ତି । ଗତକାଲି ଆରଡ଼ି ଧାମରେ ବାବା ଆଖଣ୍ଡଳମଣୀଙ୍କୁ ଜଳାଭିଷେକ କରିବା ପାଇଁ ହଜାର ହଜାର କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ସେବା ସଂଗଠନ ପକ୍ଷରୁ ଅସୁରାଳି କୋଠାର ବେତାଳିଗା ଓ ଆରଡ଼ି ଠାରେ କାଉଡିଆଙ୍କ ପାଇଁ ବିଭିନ୍ନ ସେବା ଯୋଗାଇ ଦିଆଯାଇଛି ।