(ବିରୂପାକ୍ଷ ପ୍ରଧାନ)ଆଠଗଡ଼: କଟକ ଜିଲ୍ଲା ଆଠଗଡ ଘଣ୍ଟିଖାଲରେ ଥିବା ଆରତୀଷ୍ଟୀଲ୍ ପରିସରରେ ୨ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ରୋଲିଂ ୟୁନିଟର ଭିଡିଓ କନଫରେନ୍ସି ଜରିଆରେ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୟୁନିଟରେ ୨୦୦ କର୍ମ ନିଯୁକ୍ତି ଦେବାକୁ ଥିବା ବେଳେ କଂପାନି ବର୍ଷକୁ ୨୦୦ କୋଟିର ଟ୍ୟାକ୍ସ ସରକାରଙ୍କୁ ଦେବ ବୋଲି କଂପାନି ପକ୍ଷରୁ କୁହାଯାଇଛି । ଏଥିରୁ ଉତ୍ପାଦିତ ସାମଗ୍ରୀ ଗୁଡିକ ଅଟୋମୋବାଇଲ , ରେଲୱେ ଓ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି । ଏହି କାର୍ୟ୍ୟକ୍ରମରେ କଂପାନିର ସଭାପତି ଏଲଟିପି ନାରାୟଣ, କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ. ପି ରାଧା ବିନୋଦ ପାଣିଗ୍ରାହି , ରୋଲିଂ ୟୁନିଟ ହେଡ ବି.ଏସ ମଞ୍ଜୁନତ ଓ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।