(ଅନୁଗୁଳ /ଜ୍ୟୋତିରଞ୍ଜନ ଧର) ; ଅନୁଗୋଳ ଜିଲ୍ଲାରେ କରୋନା ନେଲା ପୁଣି ଜଣେ ନିର୍ଭୀକବାଦୀ ସାମ୍ବାଦିକଙ୍କ ଜୀବନ । ଅନୁଗୁଳ ଜିଲ୍ଲାରେ ବୈଦ୍ୟୁତିକ ଗଣମାଧ୍ୟମ ‘ଜି କଳିଙ୍ଗ’ ପାଇଁ କାର୍ୟ୍ୟରତ ସାମ୍ବାଦିକ ରଘୁନାଥ ସାହୁଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି । କିଡନୀ ଏବଂ ଲିଭରରେ ସମସ୍ୟା ବର୍ଷତମାମ ଔଷଧ ସେବନ ପୂର୍ଵକ ନିଜର ସାମ୍ବାଦିକତା କାମକୁ ପଛରେ ପକାଇନଥିଲେ । ପ୍ରକାଶ ଥାଉକି, ଗତ ଗୁରୁବାର ହଠାତ ଅସୁସ୍ଥତା ଅନୁଭବ କରିଥିଲେ ଏଣୁ କରୋନା ପରୀକ୍ଷା ପରେ ପଜିଟିଭରେ ସଂକ୍ରମିତ ହେବା ଜାଣିବାକୁ ପାଇଥିଲେ । ତା\’ପରେ ଶୁକ୍ରବାର ସକାଳେ ତତକ୍ଷଣାତ ରଘୁଙ୍କୁ ଭୁବନଶ୍ଵର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଜାରିରହିଥିଲା । ଚିକିତ୍ସାଧିନ ଅବସ୍ଥାରେ ଶେଷରେ ରଘୁ ଭାଇ ହାରିଯାଇଥିଲେ। ଶୁକ୍ରବାର ମୃତ୍ୟୁ ହୋଇଥିଲା । ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ରଘୁ ଭାଇ ଅନୁଗୁଳରେ ବିଭିନ୍ନ ଗଣମାଧ୍ୟମରେ କାର୍ୟ୍ୟ କରିଛନ୍ତି । ସାମ୍ବାଦିକ ରଘୁଙ୍କ ଦେହାନ୍ତ ଖବର ଶୁଣି ହତବାକ ହୋଇଯାଇଥିଲେ ବହୁ ସମ୍ବାଦିକ। ସେ ପ୍ରମେୟ ନିୟୁଜ- ୭ରେ ଫୋଟଗ୍ରାଫର ରୂପେ ଦୀର୍ଘ ବର୍ଷ ଧରି କାମ କରି ଆସୁଥିଲେ ଏବଂ ପରେ ‘ଜି କଳିଙ୍ଗର ଜିଲ୍ଲା ପ୍ରତିନିଧି ଭାବରେ କାର୍ୟ୍ୟକରୁଥିଲେ। ଆଜି ଅପରାହ୍ନରେ ତାଙ୍କ ମୃତ ଦେହ ଅନୁଗୁଳ ଜିଲ୍ଲାର ନିଜ ଟାଇସିଁ ଗ୍ରାମ ଠାରେ ପହଞ୍ଚିଥିଲା । ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ରଘୁ ଏକାଧାରରେ ଜଣେ ନିର୍ଭିକ ସାମ୍ବାଦିକ ଭାବେ ବେଶ ପରିଚିତ ଥିଲେ । ମହାନଦୀରେ ବନ୍ୟା ହେଉ ଅବା ତାଳଚେରରେ ଖଣି ଆନ୍ଦୋଳନ, ପୁଣି ସାତକୋଶିଆରେ ବାଘୁଣି ଆତଙ୍କ, ସବୁଠି ରଘୁଙ୍କୁ ଦେଖିବାକୁ ମିଳୁଥିଲା । ଯେତେ ବାଧାବିଘ୍ନ ଥିଲେ ମଧ୍ୟ ସାହସିକତାର ସହ ସମ୍ବାଦିକତା କରି ସେ ରାଜ୍ୟ ସ୍ତରରୁ ମଧ୍ୟ ବେଶ ପ୍ରଶଂସା ସାଉଁଟି ଥିଲେ । ସାମ୍ବାଦିକତା ସହିତ ତାଙ୍କ ସମାଜସେବା ଏବଂ କବିତା ତାଙ୍କୁ ଦେଇଥିଲା ସ୍ବତନ୍ତ୍ର ପରିଚୟ । ତାଙ୍କ ମୃତ୍ୟୁରେ ବିଭିନ୍ନ ବର୍ଗରେ ଶୋକର ଛୟା ଖେଳିଯାଇଛି । ଅନୁଗୁଳ ଗଣମାଧ୍ୟମ ମହଲରେ ଏହା ଏକ ଅପୂରଣୀୟ କ୍ଷତି ।