ଆରମ୍ଭରୁ ଗୃହ ମୁଲତବୀ

0

(ହରପ୍ରସାଦ ବିଷେ।ଇ)ଭୁବନେଶ୍ୱର: ଆଜିଠୁ ବିଧାନସଭାରେ ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାରେ ଶୋକ ପ୍ରସ୍ତାବକୁ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବଂଗତ ନେତା ଓ ସହିଦ ଯବାନଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ପୂର୍ବତନ ବିଧାୟକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ନବୀନ । ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର,ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଏହା ପରେ ନାରୀ ନିର୍ଯ୍ୟାତନା ଓ ଯାଜପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଗୃହ ମୁଲତବୀ ପ୍ରସ୍ତାବ ଆଣି ଆଲୋଚନା ପାଇଁ ଦାବି କରିଥିଲେ। ଏହା ସହ ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ଓ ବିଜେପି ବିଧାୟକ ମାନେ ନାରାବାଜି କରିଥିଲେ । ଯାହା ଫଳରେ ବାଚସ୍ପତି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।ସରକାର ଆଲୋଚନା ପାଇଁ ଚାହୁଁନାହାନ୍ତି। ପ୍ରଶ୍ନ କଲକୁ ବାତିଲ କରାଯାଇ ଗୁରୁତ୍ୱ ପୂର୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ପରମ୍ପରା ରହିଛି। ଯାଜପୁର ସ୍ମିତାରଣୀ ମୃତ୍ୟୁ ପ୍ରସଙ୍ଗ ରେ ଆଲୋଚନା ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଥିଲେ ନରସିଂହ। ପ୍ରଶଂକାଳକୁ ବାତିଲ କରି ଆଲୋଚନା ପାଇଁ ଦାବି କରିଥିଲେ ନରସିଂହ। ଏ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ମୁଲତବୀ ପ୍ରସ୍ତାବ ଦେଇଥିଲେ।
ଏହା ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ବିଜେନସ ଅଫ ରୁଲ ୧୧୧ ଅନୁସାରେ ଆମେ ମୋସନ ଆଣିଥିଲୁ ପ୍ରଶଂଉତ୍ତର ବାତିଲ କରି ସ୍ମିତାରଣୀ ମୃତ୍ୟୁ ଆଲୋଚନା ହେଉ। ହେଲେ ତାକୁ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ ।  ଏହାର ପ୍ରତି ଉତ୍ତରରେ ମୁଖ୍ୟ ଦଳର ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ସରକାରଙ୍କ ଆଭିମୁଖ୍ୟ ରହିଛି ବିରୋଧି ଯେତେବେଳେ ଯେଉଁ ପ୍ରସ୍ତାବ ଆଣିବେ ସେ ସବୁ ବିଷୟ ସମାଧାନ କରାଯିବ । ସରକାର କୌଣସି କାର୍ଯ୍ୟରେ ପଛଘୁଞ୍ଚା ଦିଅନ୍ତି ନାହିଁ ।