ଆରମ୍ଭ ହେଲା ରଥ ଛେରା ପହଁରା କାର୍ଯ୍ୟ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆରମ୍ଭ ହେଲା ଛେରା ପହଁରା । ଗଜପତି ମହାରାଜା ଛେରା ପହଁରା କରୁଛନ୍ତି । ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ରଥ ଛେରା ପହଁରା କରିବେ । ଏହାପରେ ଦେବୀ ସୁଭଦ୍ରା ଏବଂ ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଛେରା ପହଁରା କରିବେ । ସେବାୟତଙ୍କ ଗହଣରେ ରଥରେ ଛେରା ପହଁରା କରୁଛନ୍ତି । ସୁବାସିତ ଜଳ ସାଙ୍ଗକୁ ଫୁଲ ପକାଇ ସୁନା ଖଡ଼ିକାରେ ରଥ ଛେରା ପହଁରା କରିବେ ଗଜପତି ମହାରାଜ ।ଲକ୍ଷ ଲକ୍ଷ ଭକ୍ତ ଏହି ଦୃଶ୍ୟ ଦେଖିବା ପାଇଁ ଚାହିଁ ବସିଥିଲେ । ଏବେ ସବୁ ପ୍ରତିକ୍ଷାରେ ଅନ୍ତ ଘଟିଛି । ଏହା ପରେ ନିର୍ଦ୍ଧାରିତ ସମୟ ଅନୁସାରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ମାଉସୀ ମା ମନ୍ଦିର ଅଭିମୁଖେ ଯାତ୍ରା କରିବେ କାଳିଆ ସାଆନ୍ତ, ବଳଭଦ୍ର , ମା ସୁଭଦ୍ରା । ନଅ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେବ । ନଦିନ ପରେ ପୁଣିଥରେ ରତ୍ନବେଦୀକୁ ଫେରିବେ ଶୀଜିଉ ।