ଆରମ୍ଭ ହେଲା ରାଜ୍ୟସ୍ତରୀୟ ଜୁନିୟର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ

0

ରାୟଗଡା: ଆଜିଠାରୁ ରାୟଗଡା ଜିଲ୍ଲାରେ ଆରମ୍ଭ ହେଉଛି ରାଜ୍ୟ ସ୍ତରୀୟ ଜୁନିୟର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ, ରାଜ୍ୟର ପ୍ରାୟ ୧୮୦ ଜଣ ପ୍ରତିଯୋଗୀ ଏହି ଚମ୍ପିୟାନସିପରେ ଭାଗ ନେଇଛନ୍ତି । ରାୟଗଡା ଇଣ୍ଡୋର ଷ୍ଟାଡିୟମରେ ଏହି ପ୍ରତିଯୋଗିତା ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହେବ । ତେବେ ଏହି ମ୍ୟାଚ ଟୁର୍ଣ୍ଣାମେଣ୍ଟ ସମୟରେ କୋରୋନା ଗାଇଡଲାଇନକୁ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ୧୦ ତାରିଖରେ ଏହି ଚମ୍ପିଆନସିପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ସମସ୍ତ ଖେଳାଳିକୁ ଉତ୍ସାହିତ କରିଥିଲେ ।