(ମନୋଜ କୁମାର ସାହୁ/ରାୟଗଡା): ଆଦିବାସୀ କଳା ସଂସ୍କୃତି ତଥା ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଜିଲ୍ଲା ସାଂସ୍କୃତିକ ପରିଷଦ ଦ୍ୱାରା ଆରମ୍ଭ ହେଇଛି ଚଇତି ଉତ୍ସବ। ରାୟଗଡା ଜିଏସଡି ହାଇସ୍କୁଲ ପଡ଼ିଆରେ ଆରମ୍ଭ ହୋଇଥିବା ଚଇତି ଓ ପଲ୍ଲୀଶ୍ରୀ ମେଳା ପାଇଁ ରାୟଗଡା ଅଧିଷ୍ଠାତ୍ରୀ ମାଁ ମଝି ଘରିଆଣୀଙ୍କ ଆଶିଷ ଗ୍ରହଣ ପୂର୍ବକ ସେଠାରୁ ଶୁଭ କଳସ ଆଣି ସାଂସ୍କୃତିକ ଶୋଭାଯାତ୍ରା ଦ୍ଵାରା ଚଇତି ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଥିଲା । ଗତ କାଲିସନ୍ଧ୍ୟାରେ ଉକ୍ତ ମହୋତ୍ସବରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପେଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ, କେନ୍ଦ୍ର ଅତିରିକ୍ତ ସଚିବ ସତ୍ୟବ୍ରତ ସାହୁ,ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ଅଧକ୍ଷ ପ୍ରମୋଦ କୁମାର ବେହେରା, ସିପି ଡଃ ସର୍ବଣ ବିବେକ ଏମ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଉତ୍ସବରେ ୩୦୦ ରୁ ଅଧିକ ଷ୍ଟଲ ନିର୍ମାଣ କରାଯାଇଥିବା ବେଳେ ସେଥିରେ ଜିଲ୍ଲା ଓ ଜିଲ୍ଲା ବାହାର ଏସଏଚଜିଙ୍କୁ ସେମାନଙ୍କ ଉତ୍ପାଦନ ଦ୍ରବ୍ୟ ବିକ୍ରି ପାଇଁ ସୁଯୋଗ ଦିଆଯାଇଛି। ଚଇତି ପ୍ରଥମ ସନ୍ଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାର କଳାକାର ଏପରିକି ନେପାଳ ଓ ଶ୍ରୀଲଙ୍କାର କଳାକାର ସେମାନଙ୍କ କଳା ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହିଥିଲେ । ଆଦିବାସୀଙ୍କ କଳାକୁ ଏହି ମଞ୍ଚ ବଞ୍ଚାଇ ରଖିଥିବା ଅତିଥିମାନେ ପ୍ରକାଶ କରିଛନ୍ତି।