( ଭଦ୍ରକ / ସେଖ ଫାଇଜାନ କାଦରୀ ): ଭଦ୍ରକ ବ୍ଲକ୍ ରାହାଞ୍ଜଠାରେ ଏକ ଆଳୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ୨ଜଣ ହେଲେ ଟ୍ରକର ଚାଳକ ଓ ଖଲାସୀ । ସେମାନଙ୍କ ସଠିକ ପରିଚୟ ଜଣା ପଡ଼ିନାହିଁ ।
ସୂଚନାଅନୁଯାୟୀ , ରାହାଞ୍ଜ ନିକଟରେ ଗୋଟିଏ ମାଲବୋଝେଇ ଟ୍ରକ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଛିଡ଼ା ହୋଇଥିବାବେଳେ, ପଶ୍ଚିମବଙ୍ଗ ପଟୁ ଆସୁଥିବା ଏହି ଆଳୁବୋଝେଇ ଟ୍ରକ ଭାରସାମ୍ୟ ହରାଇ ଅଟକିଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ୨ଜଣ ଗୁରୁତର ଆହତ ହୋଇଥିଲେ । ଗ୍ରାମାଞ୍ଚଳ ପୁଲିସ ୨ଟି ଟ୍ରକକୁ ଜବତ୍ କରି ଘଟଣାର ତଦନ୍ତ କରୁଛି ।