ଆସନ୍ତାକାଲି ବିଜେଡି ରାଜ୍ୟ ପରିଷଦ ବୈଠକ

0

(ମୃତ୍ୟୁଞ୍ଜୟ ଭୋଇ)ରିପୋର୍ଟସଟୁଡେ: ଆସନ୍ତାକାଲି ବିଜେଡି ରାଜ୍ୟ ପରିଷଦ ବୈଠକ । ସକାଳ ୮ଟା ୩୦ରେ ଦଳୀୟ କାର୍ୟ୍ୟାଳୟରେ ବସିବ ଏହି ବୈଠକ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ । ଦଳର ବରିଷ୍ଠ ସଭ୍ୟ, ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ, ଦଳର ଉପ ସଭାପତି, କାର୍ୟ୍ୟକାରିଣୀ କମିଟି ସଭ୍ୟଙ୍କ ସମେତ ଛାମୁଆ ସଂଗଠନ ଯେପରିକି ମହିଳା, ଛାତ୍ର, ଯୁବ ଜନତା ଦଳର ସଭ୍ୟ ବୈଠକରେ ଯୋଗ ଦେବେ । ଆସନ୍ତାକାଲି ବିଜେଡି ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା କରିବ ଦଳ । ଯେହେତୁ ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି ତେଣୁ ତାଙ୍କ ନାଁ ଘୋଷଣା କରାଯିବ । ସେହିପରି ଦଳର ବିଭିନ୍ନ ପଦାଧିକାରୀ ନାମ ଘୋଷଣା ହେବ ।