ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

0

(ହରପ୍ରସାଦ ବିଷୋଇ)ଭୁବନେଶ୍ୱର: ଆଜିଠାରୁ ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି । ଆଜି ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଯାଇଛି । ପ୍ରବଳ ହଟ୍ଟଗୋଳ ମଧ୍ୟରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅନ୍ୟପଟେ ସର୍ବଦଳୀୟ ବୈଠକ ନିଷ୍ପତ୍ତି ଜଣାଇବାକୁ ଦାବି କରି ଧାରଣାରେ ବସିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ବିଧାୟକ । ହଟ୍ଟଗୋଳକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଯାଏଁ ଗୃହକୁ ମୁତଲବୀ ରଖିଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ।