ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ): ଆସନ୍ତା କାଲି ଠାରୁ କୋହଲା ପାଗ ଲାଗିରହିଛି । ଅରଜି ସକାଳୁ ମଧ୍ୟ କୋହଲା ପାଗ ସହ ଥଣ୍ଡା ପବନ ଲାଗି ରହିଛି । ବିଦର୍ଭ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଉତ୍ତର ପ୍ରଦେଶ ଠାରୁ ଦକ୍ଷିଣ ଛତିଶଗଡ ପର୍ୟ୍ୟନ୍ତ ଏକ ଟ୍ରପ ଲାଇନ ରହିଛି। ଫଳରେ ଏହାର ପ୍ରଭାବରେ ମେଘୁଆ ପାଗ ରହିଛି। ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ଏହା ସହିତ ଆସନ୍ତା ୩୬ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
ଆସନ୍ତା ୨-୩ ମଧ୍ୟରେ ତାପମାତ୍ରା ୩ ରୁ ୪ ଡିଗ୍ରୀ କମିବା ସହିତ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି ।