ଭୁବନେଶ୍ୱର: ରାଜ୍ୟରେ ଆଉ ଦିନକ ପରେ ଶୀତ କମିବା ସହ ବଢିବ କୁହୁଡି । ଆସନ୍ତା ୨୨ ତାରିଖ ପର ଠାରୁ ଶୀତ କମିବା ସହ କୁହୁଡି ବଢିବା ନେଇ ଆଜି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଦୀର୍ଘ ଏକ ସପ୍ତାହ ଧରି ଲାଗି ରହିଥିବା ଶୀତର ପ୍ରକୋପ ଡିସେମ୍ବର ୨୨ ଯାଏଁ ରହିବ। ଡିସେମ୍ବର ୨୩ ଓ ୨୪ ତାରିଖ ସକାଳେ ପ୍ରବଳ କୁହୁଡି ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲାରେ କୁହୁଡି ଅଧିକ ମାତ୍ରାରେ ରହିବ। ଘନ କୁହୁଡି ପାଇଁ ୨୩ ଓ ୨୪ରେ ୧୮ଟି ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି।