ଆସନ୍ତା ୨ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

0

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଆସନ୍ତା ମାର୍ଚ୍ଚ ୨ ତାରିଖରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ କାଳରେ ରାହୁଲ କୋରାପୁଟର ଜୟପୁର ଓ ବରଗଡ଼ରେ ସାଧାରଣ ସଭା କରିବାର କାର୍ୟ୍ୟକ୍ରମ ରହିଥିଲା। ମାତ୍ର ସମୟର ସ୍ୱଳ୍ପତା ଓ କାର୍ୟ୍ୟବ୍ୟସ୍ତତାକୁ ଆଖି ଆଗରେ ରଖି ଦୁଇଟି ନୁହେଁ, ବରଂ ଗୋଟିଏ ସ୍ଥାନରେ ସଭା ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ତେବେ ରାହୁଲ ବରଗଡ଼ ନା ଜୟପୁର ଆସିବେ, ସେ ସଂକ୍ରାନ୍ତରେ ଏଆଇସିସିରୁ କୌଣସି ସ୍ପଷ୍ଟୀକରଣ ଆସି ପାରି ନାହିଁ। ଗତ ଜାନୁୟାରୀ ୨୫ ତାରିଖ ଓ ଫେବୃୟାରୀ ୬ ତାରିଖ ଦୁଇ ଥର ରାହୁଲଙ୍କ ଓଡ଼ିଶା ଗସ୍ତ ପରେ ରାଜ୍ୟ କଂଗ୍ରେସର କର୍ମୀ ଓ ନେତା ତତ୍ପର ହୋଇଛନ୍ତି।
ତେଣୁ ଆଗାମୀ ଦିନରେ ରାହୁଲଙ୍କ ଓଡ଼ିଶା ଗସ୍ତ ଗେମ୍ ଚେଞ୍ଜର ହେବ ବୋଲି କଂଗ୍ରେସ ନେତା ଓ କର୍ମୀ ଆଶା ବାନ୍ଧିଛନ୍ତି। ଅନ୍ୟପଟେ ପିସିସି ସଭାପତି କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ କଂଗ୍ରେସ କେତୋଟି ଆସନ ଜିତିବ ତାହା କହି ପାରିବିନି, କିନ୍ତୁ ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ସରକାର କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।