(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଆସିକା ଓମ ଜୁଏଲର୍ସ ଗଳିରେ ଅନୁଷ୍ଠିତ ହୋଇଛି ମୋ ଗେଲ୍ଲାଝିଅ କାର୍ୟ୍ୟକ୍ରମ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ୟ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଆସିକା ସି ଡି ପି ଓ ଭାରତୀ ମହାପାତ୍ର,ଏନ୍ ଏସି କାର୍ୟ୍ୟନିର୍ବାହୀ ଅଧିକାରୀ, ବିଜେଡି ନେତା ଦୀଲିପ କୁମାର ପାଣିଗ୍ରାହୀ, ସୂର୍ୟ୍ୟକାନ୍ତ ପରିଡା, ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ବାଇଁ,ଅନିମା ପରିଡା, ଗୋବିନ୍ଦ ବିଷୋୟୀ, ଜିତେନ୍ଦ୍ର ମହାରଣା, ଦେବାଶିଷ ପଣ୍ଡା, ଚିଦାନନ୍ଦ ଆଚାରୀ, କାହ୍ନୁ ବେହେରା, ସ୍ବଚ୍ଛସାଥି ଭଗବାନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶିଶୁ କନ୍ୟା ସମାଜରେ ଭୂମିକା ଓ ଗୁରୁତ୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମୋ ଗେଲ୍ଲାଝିଅ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଆସିକା ସାଂସଦ ପ୍ରମିଳା ବିଷୋୟୀ କହିଥିଲେ। କନ୍ୟାଭୃଣ ହତ୍ୟା ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଜାରି ରହିଛି ବୋଲି ମତବ୍ୟକ୍ତ କରିଥିଲେ ଉପସ୍ଥିତ ସମସ୍ତ ଅତିଥି।