(ରିପୋର୍ଟରସ ଟୁଡେ,ଭୁବନେଶ୍ୱର): କଲମ୍ବିଆର ଭାରତୀୟ ରାଷ୍ଟ୍ରଦୂତ ଥିବା ସଞ୍ଜୀବ ରଞ୍ଜନଙ୍କୁ ବର୍ତ୍ତମାନ ଇକ୍ୱେଡରର ରାଷ୍ଟ୍ରଦୂତ ମାନ୍ୟତା ମିଳିଛି । ଏନେଇ ଇକ୍ୱେଡର ବର୍ହିବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି । ୧୯୯୩ ମସିହାର ଆଇଏଫଏସ (ଇଣ୍ଡିଆର ଫରେନ ସର୍ଭିସ) ବ୍ୟାଚର ସଞ୍ଜୀବ ଦିଲ୍ଲୀ ୟୁନିଭର୍ସିଟିରୁ ଅର୍ଥନୀତିରେ ସ୍ନାତକ ପାସ କରିଥିବା ବେଳେ ଜେଏନୟୁ ୟୁନିଭରସିଟିରୁ ‘ଆନ୍ତର୍ଜାତୀୟ ସମ୍ପର୍କ’ରେ ସ୍ନାତକୋତ୍ତର ପାସ କରିଥିଲେ । ୧୯୯୫ରୁ ୨୦୦୯ ମଧ୍ୟରେ ସେ ମାଦ୍ରିଦ ଏବଂ ଲିମାରେ କୁଟନୈତିିକ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ତାଛଡା ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ମରିସିଅସର ଡେପୁଟି ହାଇକମିଶନର ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।