ଇଟାଲି ଫେରିଯିବାକୁ ରାହୁଲଙ୍କୁ କୃଷକଙ୍କ ପରାମର୍ଶ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ରାହୁଲଙ୍କ ନିର୍ବାଚନ ମଣ୍ଡଳୀ ଆମେଥିରେ କୃଷକ ସଂଗଠନ ତରଫରୁ ରାହୁଲଙ୍କୁ ବିରୋଧ କରାଯିବା ଖବର ରହିଛି । ରାହୁଲଙ୍କ ଆମେଥି ଗସ୍ତ ସମୟରେ ଗୌରିଜଙ୍ଗ କୃଷକ ସଂଗଠନ ସେମାନଙ୍କ ଜମି ରାଜୀବ ଫାଉଣ୍ଡେସନକୁ ଦେବାକୁ ତଥା ସେମାନଙ୍କୁ ରୋଜଗାର ଦେବାକୁ ଦାବି କରିଛନ୍ତ
ଗଣମାଧ୍ୟମକୁ ବିକ୍ଷୋଭକାରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ପ୍ରତି ଜନସାଧାରଣଙ୍କର ଅସନ୍ତୋଷ ଥିବାରୁ ତାଙ୍କର ଇଟାଲୀ ଫେରିଯିବା ଉଚିତ୍‌ । ସେ ନିରୀହ କୃଷକ ମାନଙ୍କ ଜମି ହଡ଼ପ କରିଛନ୍ତି ।
ଏହି ବିକ୍ଷୋଭ କୃଷକମାନେ ସମ୍ରାଟ ସାଇକେଲ ଫ୍ୟାକ୍ଟ୍ରି ନିକଟରେ କରିଛନ୍ତି, ଯାହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଉଦ୍‌ଘାଟନ କରିଥିଲେ । ୧୯୮୦ ମସିହାରେ ଜେନ୍‌ ବ୍ରଦର୍ସ ୬୫.୫୭ ଏକର ଜମି ଏକ କମ୍ପାନୀ କରିବା ପାଇଁ ଅଧିଗ୍ରହଣ କରିଥିଲେ । ପରେ ଏହି କମ୍ପାନୀ ବୁଡ଼ି ଯିବାରୁ ଏହି ଜମିକୁ ୨୦୧୪ରେ ଅକ୍ସନ୍‌ କରାଯାଇଥିଲା ।
ୟୁପି ଷ୍ଟେଟ୍‌ ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌ ୧୯୮୬ରେ ୬୫.୭୫ ଏକର ଜମି କମ୍ପାନୀକୁ ଲିଜ୍‌ରେ ଦେଇଥିଲା । କିନ୍ତୁ ଯେତେବେଳେ କମ୍ପାନର ବନ୍ଦ ହୋଇଗଲା ସେତେବେଳେ ବକେୟା ଅର୍ଥ ଆଦାୟକାରୀ ସଂସ୍ଥା ପକ୍ଷରୁ ଏହାକୁ ୨୦୧୪ରେ ୨୦.୧୦ କୋଟି ଟଙ୍କାରେ ଅକ୍ସନ କରି ବିକ୍ରି କରାଯାଇଥିଲା ଯାହାକୁ ଦେଢ ଲକ୍ଷ ଟଙ୍କାରେ ରାଜୀବ ଗାନ୍ଧୀ ଚାରିଟେବୁଲ୍‌ ଟ୍ରଷ୍ଟ କିଣିଥିଲା । ପରେ ୟୁପିଏସଆଇଡିସି ଏହାକୁ ଅବୈଧ ଘୋଷଣା କରିଥିଲା, ଯାହା ଆଜିବି ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ କବ୍ଚାରେ ରହିଛି ।