(ଜୟନ୍ତ କୁମାର ସେଠୀ)ଗୋପ: ବିଶ୍ୱ ପ୍ରସିଦ୍ଧ କୋଣାର୍କକୁ ସବୁଜ ବିଶ୍ୱ ଅଭିଯାନରେ ସାମିଲ କଲେ ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି । ସମଗ୍ର ବିଶ୍ୱରେ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ,ବିଶ୍ୱତାପନବୃଦ୍ଧି,ବାୟୁ, ଜଳ, ମୂର୍ତ୍ତିକା ଆଦିକୁ ପ୍ରଦ୍ୟୁଷଣ ମୁକ୍ତ କରିବାପାଇଁ ଇଣ୍ଟରନ୍ୟାସିନାଲ ଗ୍ରୀନ୍ ଆର୍ମି ପ୍ରୟାସ ଆରମ୍ଭ କରିଛନ୍ତି। ଆଗାମୀ ୧୭ ତାରିଖରେ କୋଣାର୍କ ଠାରେ ଭୁବନେଶ୍ୱରର ଖ୍ୟାତନାମା ଅନୁଷ୍ଠାନ ପ୍ରେରଣା ପକ୍ଷରୁ ସବୁଜ ଯୁଦ୍ଧ ଅବସରରେ କୋଣାର୍କ ସୂର୍ୟ୍ୟ ମନ୍ଦିର ସମ୍ମୁଖରେ ଗ୍ରୀନ ରାଲି , ଚନ୍ଦ୍ରଭାଗା ବେଳାଭୂମି ସଫେଇ ଓ ବାଲୁଖଣ୍ଡରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯିବ। ଏହି କାର୍ୟ୍ୟକ୍ରମରେ ଓଡ଼ିଶାର ଅନେକ ଖ୍ୟାତନାମା କଳାକାର, ନେତା, କଣ୍ଠଶିଳ୍ପୀ, ସମାଜସେବୀ ଓ ୧୦୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେବେ। ଏଥି ନେଇ ଆଜି ବୁଧବାର କୋଣାର୍କ ଡାକ ବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଛି । ଏହି କାର୍ୟ୍ୟକ୍ରମରେ ସଂଯୋଜକ ବୀରଦ ଖୁଣ୍ଟିଆ, ମନୋରଞ୍ଜନ ବାରିକ, ଗୋପିନାଥ ସ୍ଵାଇଁ, ଜ୍ଞାନରଞ୍ଜନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।