(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଇଣ୍ଡୋନେସିଆର ପେପୁଆରେ ଗତକାଲି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ପ୍ରାୟ ୫୦ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୨୦ରୁ ଅଧିକ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି । ଖବର ଏଜେନ୍ସି ଏଏଫପି ଇଣ୍ଡୋନେସିଆ ସରାକାରୀ ସୂତ୍ରରୁ ଏନେଇ ସୂଚନା ଦେଇଛି ।
ଦେଶର ରାଜଧାନୀ ଜୟାପୁର ସ୍ଥିତ ସେଂଟାଣୀରେ ଗତକାଲିଠାରୁ ମୁଶଳ ଧାରାରେ ବର୍ଷା ଲାଗିରହିଛି । ଯାହାର ପ୍ରଭାବରେ ବନ୍ୟା ଆସିଛି । ଏଥିରେ ପ୍ରାୟ ୫୦ଜଣ ମୃତ୍ୟୁବରଣ କରିସାରିଲେଣୀ । ଦେଶର ରାଷ୍ଟ୍ରୀୟ ପ୍ରବକ୍ତା ସୁତୋପି ପୁରବୋଙ୍କ କହିବାନୁସାରେ, ଏହି ବନ୍ୟାରେ ପ୍ରାୟ ଅଧିକାଂଶ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି । ଏହାସହ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ଉଦ୍ଧାରକାରୀ ଦଳ ବର୍ତମାନ ପ୍ରଭାବିତ ଅଂଚଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ବନ୍ୟାପାଣି ହ୍ରାସ ପାଇଲେ ଉଦ୍ଧାର କାର୍ୟ୍ୟ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି ।