ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଇନଷ୍ଟାଗ୍ରାମ ଲକ୍ କଲେ ପ୍ରିୟଙ୍କା ସେନାପତି । ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କ ପଦାକୁ ଆସିବା ପରେ ତନାଘନା କରୁଛି ପୋଲିସ । ତେବେ ଏହି ବିବାଦ ପରେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଲକ୍ କରିଦେଇଛନ୍ତି ପ୍ରିୟଙ୍କା । ତେବେ ଜ୍ୟୋତି ଗିରଫ ହେବା ପରେ ସୋସିଆଲ ମିଡିଅଅରେ ପୋଷ୍ଟ କରି ଲେଖିଥିଲେ ଦେଶ ତାଙ୍କ ପାଇଁ ପ୍ରଥମ । ସେ ଜ୍ୟୋତିଙ୍କୁ କେବଳ ବ୍ଳଗର ଭାବେ ଜାଣିଛନ୍ତି । ଜ୍ୟୋତି ଜଣେ ପାକ୍ ଗୁପ୍ତଚର ବୋଲି ଜାଣିଥିଲେ ତାଙ୍କ ସହ କେବେ ବି ବନ୍ଧୁତା କରିନଥାନ୍ତେ । ଯେକୌଣସି ତଦନ୍ତକାରୀ ସଂସ୍ଥାକୁ ସେ ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପୋଷ୍ଟ କରି ଲେଖିଥିଲେ ଜ୍ୟୋତି ପୁରୀ ଆସିଥିବାବେଳେ ପ୍ରିୟଙ୍କାଙ୍କ ସହ ତାଙ୍କ ଫଟୋ ଭାଇରାଲ ହୋଇଛି । ତେଣୁ ଜ୍ୟୋତିଙ୍କ ସହ ତାଙ୍କ ସମ୍ପର୍କ କଣ ସେ ନେଇ ପୁରୀ ପୁଲିସ ଖୋଳତାଡ ଆରମ୍ଭ କରିଛି