ଇନ୍ଦୋର ଓ ଗୋଦାବରୀ ଜିଲ୍ଲରା ରାମ ନବମୀରେ ବଡ ଧରଣର ଦୁର୍ଘଟଣା, ଛାତ ଭାଙ୍ଗି କୂଅରେ ଗଳି ପଡିଲେ, ଆଉ ଟେଣ୍ଟରେ ଲାଗିଲା ଭୟଙ୍କର ନିଆଁ

0

ଭୁବନେଶ୍ୱର:ପବିତ୍ର ରାମ ନବମୀରେ ୨ଟି ବଡ ଧରଣର ଅଘଟଣ ଘଟି ଯାଇଛି । ଯଦିଓ ବର୍ତମାନ ସୁଦ୍ଧା କାହାର ମୃତ୍ୟୁ ହୋଇନି କିନ୍ତୁ ଆଶଙ୍କା କରାଯାଉଛି । ପ୍ରଥମ ଘଟଣା ଟି ଘଟିଛି ମଧ୍ୟ ପ୍ରଦେଶ ଇନ୍ଦୋର ସହରରେ । ଏଠାରେ ଥିବା ବେଲେଶ୍ୱର ମହାଦେବ ଝୁଲେଲାଲ୍ ମନ୍ଦିରରେ । ମନ୍ଦିର ପରିସରରେ ଥିବା ପ୍ରଭୁ ରାମଙ୍କ ଦର୍ଶନ ପାଇଁ ଭକ୍ତ ଏକାଠି ହୋଇଥିବା ବେଳେ ମନ୍ଦିର ଭିତର ଚଟାଣ ଛାତ ଭୁଷୁଡି ପଡିଥିଲା । ଅତି ପ୍ରାଚୀନ ଏହି ମନ୍ଦିର ଭିତରେ ଏକ ବହୁ ପୁରୁଣା କୂଆ ଥିଲା ଏହା ଉପରେ ଛାତ ପଡିଥିଲା । ତେବେ ଏତେ ସଂଖ୍ୟକ ଭକ୍ତ ଏକାଠି ହୋଇ ପ୍ରାର୍ଥନା କରୁଥିବା ବେଳେ ହଠାତ୍ ଭାର ସମ୍ଭାଳି ନ ପାରି ଏହା ଭୁଷୁଡି ଯାଇଥିଲା । ଫଳରେ ୨୦ ଜଣ ଭକ୍ତ କୂଅ ମଧ୍ୟରେ ଖସି ପଡିଥିଲେ । ସେମାନଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଥିଲେ । ଏହି ଘଟଣା ପରେ ଅଗ୍ନିଶମ ବାହିନି ଓ ପୋଲିସ ତୁରନ୍ତ ଉଦ୍ଧାର କାଯ୍ୟ ଆରମ୍ଭ କରିଛି ।
ସେହିପରି ଆନ୍ଧ୍ର ପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଥିବା ବେଣୁ ଗୋପାଳ ମନ୍ଦିରରେ ବି ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ରାମ ନବମୀ ପାଇଁ ବନ୍ଧା ହୋଇଥିବା ଟେଣ୍ଟରେ କୌଣସି କାରଣ ପାଇଁ ନିଆଁ ଲାଗି ଯାଇଥିଲା । ଫଳରେ ପଲିଷ୍ଟର କପଡା ଥିବା ଟେଣ୍ଟ କପଡାରେ ନିଆଁ ପ୍ରଖର ବେଗରେ ମାଡି ଯାଇଥିଲା । ଏହା ସହ ଅତି ଉଚ୍ଚ ଯାଏଁ ନିଆଁ ଲାଗି ସମଗ୍ର ମନ୍ଦିରରେ ଖେଳେଇ ହୋଇ ଯାଇଥିଲା । ସୌଭାଗ୍ୟକୁ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି । ଅଗ୍ନିଶମ ଟିମ୍ ପହଂଚି ନିଆଁକୁ ଆୟତ କରିଛି ।