ଇରାକ: ଡଙ୍ଗା ବୁଡି ୯୪ ଜଣଙ୍କ ମୃତ୍ୟୁ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଇରାକ୍‌ର ମୋସୁଲଠାରେ ଟାଇଗ୍ରୀସ୍‌ ନଦୀରେ ଡଙ୍ଗା ଓଲଟି ପଡିବାରୁ ୯୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୯ ଜଣ ଶିଶୁ ଓ ୬୧ ମହିଳା ଥିଲେ । ଇରାକ ପ୍ରଶାସନ ପକ୍ଷରୁ ଡଙ୍ଗା ବୁଡି ସମ୍ପର୍କରେ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, କୁର୍ଦ୍ଦିଶ୍‌ ନୂଆବର୍ଷ ନୌରାଜ ପାଳନ ପାଇଁ ଡଙ୍ଗାଯୋଗେ ପିକ୍‌ନିକ୍‌ରେ ଯାଇଥିଲେ। କିନ୍ତୁ ମୋସୁଲଠାରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା । ଆବଶ୍ୟକତାଠାରୁ ଅଧିକ ଲୋକ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ନିୟନ୍ତ୍ରଣ ହରାଇ ଏହା ଓଲଟି ପଡ଼ିଥିଲା। ଇରାକ୍‌ର ଜଷ୍ଟିସ୍‌ ମିନିଷ୍ଟ୍ରି ପକ୍ଷରୁ ଏନେଇ ୯ଟି ଫେରି କମ୍ପାନୀର ଅଧିକାରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।