ଇସ୍ତଫା ଦେଲେ ରାହୁଲ ଗାନ୍ଧୀ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦ ଛାଡ଼ିବା ପ୍ରସଂଗ ଉଠିବା ପରଠାରୁ ଏପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ମାତ୍ର ରାହୁଲ ଆଉ କଂଗ୍ରେସ ଅଧ୍ୟକ୍ଷ ହୋଇ ନାହାନ୍ତି ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି। ରାହୁଲ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି ଯେ କଂଗ୍ରେସର ନୂଆ ଅଧ୍ୟକ୍ଷ ଖୁବ୍‌ ଶୀଘ୍ର ବଛାଯିବେ।
ସେ ଆହୁରି ବି କହିଛନ୍ତି ଯେ ଦଳ ଖୁବ୍‌ ଶ୍ରୀର୍ଘ ତା’ର ନୂଆ ଅଧ୍ୟକ୍ଷ ଚୟନ କରିବା ଉଚିତ। ମୁଁ ମୋ ଇସ୍ତଫା ପତ୍ର ଦେଇ ସାରିଛି ଓ ମୁଁ କୌଣସି ମତେ ଆଉ ଦଳର ଅଧ୍ୟକ୍ଷ ହୋଇ ନାହିଁ ବୋଲି ରାହୁଲ କହିଛନ୍ତି। କଂଗ୍ରେସ ଓ୍ଵାର୍କିଂ କମିଟି(ସିଡବ୍ଲୁସି) ତୁରନ୍ତ ଏକ ବୈଠକ ଡାକି ନିଷ୍ପତ୍ତି ନେଉ ବୋଲି ସେ ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୯ ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହେବା ପରେ ରାହୁଲ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ରାହୁଲଙ୍କୁ ଦଳର ଅନେକ ବରିଷ୍ଠ ନେତା ତାଙ୍କ ନିଷ୍ପତ୍ତି ବଦଳାଇବାକୁ ପରାମର୍ଶ ଦେଇଥିଲେ ବି ରାହୁଲ ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି।