ଇ-କମର୍ସ ପୋର୍ଟାଲରେ ସରକାରୀ ଡାଏରୀ

0

(ହରପ୍ରସାଦ ବିଶୋଇ)ରିପୋର୍ଟସଟୁଡେ: ସରକାରୀ ଡାଏରୀ, କ୍ୟାଲେଣ୍ଡ ଓ ଅନ୍ୟ ପ୍ରକାଶନ ବିକ୍ରୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇ-କମର୍ସ ପୋର୍ଟାଲ ଉନ୍ମୋଚନ ହୋଇଛି । କୃଷି ଉତ୍ପାଦନ କମିଶନ ପ୍ରଦିପ୍ତ କୁମାର ମହାପାତ୍ର ଏହି ପୋର୍ଟାଲ ଆଜି ଲୋକସେବା ଭବନରେ ଉନ୍ମୋଚନ କରୁଛନ୍ତି । www. ogpress.nic.in କୁ ଯାଇ କିଣା ଯାଇପାରିବ ଡାଏରୀ । ଏଥିରୁ ମିଳିପାରିବ ସରକାରଙ୍କ ଦ୍ଵାରା ପ୍ରକାଶିତ ଡାଏରୀ, କ୍ୟାଲେଣ୍ଡ, ନୋଟିସ, ନିୟମାବଳୀ ସମ୍ପର୍କୀତ ପ୍ରକାଶନ ଓ ସରକାରୀ ରିପୋର୍ଟ। ସାଧାରଣ ଲୋକଙ୍କୁ ସୁବିଧା ପାଇଁ ସରକାର ଲଞ୍ଚ କଲେ ଇ-କମର୍ସ ପୋର୍ଟାଲ । ଏନଆଇସି, ଏଚଡିଏଫସି ବ୍ୟାଙ୍କ ଓ ଇଣ୍ଡିଆ ପୋଷ୍ଟ ସହ ଭାଗିତାରେ ଏହି ପୋର୍ଟାଲ ଲଞ୍ଚ ହୋଇଛି । ନୂଆବର୍ଷ ଲାଗି ୫୦ ହଜାର ଡାଏରୀ, ୪ ଲକ୍ଷ ୪୦ ହଜାର ଓ ଅନ୍ୟାନ୍ୟ ଛପା ବହି ପ୍ରସ୍ତୁତ ହୋଇଛି । କାର୍ୟ୍ୟକ୍ରମରେ ବାଣିଜ୍ୟ ବିଭାଗ ସଚିବ ଜି. ଶ୍ରୀନିବାସ, ସରକାରୀ ମୁଦ୍ରଣାଳୟର ନିର୍ଦେଶକ ମହେନ୍ଦ୍ର ପ୍ରତାପ ଉପସ୍ଥିତ ଥିଲେ ।