( ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ଡେଲାଙ୍ଗ ରେ ଅ।ଜି ଉଜ୍ଜଲା ସ୍ଵାଭିମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ଵାଭିମାନ ଉତ୍ସବ କୁ ବିଜେପି ନେତା ଅ।ଶ୍ରିତ ପଟ୍ଟନାୟକ ଅ।ନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ଙ୍କ ପାଇଁ ଅ।ଜି ଘରେ ଘରେ ଲୋକେ ଗ୍ୟାସ ଚୁଲା କୁ ଇନ୍ଦନ ଭାବରେ ବ୍ୟବହାର କରଥିବା କହିଛନ୍ତି, ଯାହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଫଳ ହେଲା ବୋଲି କହିଥିବା ବେଳେ ଏହି ଯୋଜନାରୁ ବାଦ୍ ପଡିଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗ୍ୟାସ କଲେକସନ ଯୋଗାଇ ଦିଅ।ଯିବ ବୋଲି କହିଛନ୍ତି । ସେହିପରି ରାଜ୍ୟରେ ଉଜ୍ଲଲା ଯୋଜନା ମାଧ୍ୟମରେ ୩୬ ଲକ୍ଷ ଲୋକଙ୍କୁ ଉଜ୍ଜଲା ଯୋଜନାରେ ଅଦ୍ୟାବଧୀ ସାମିଲ କରାଯାଇଥିବା ବେଳେ ବାଦ୍ ପଡିଥିବା ହିତାଧିକାରୀ ମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଅ।ଇଓସିଏଲ ଜେନରାଲ ମ୍ୟାନେଜର ସଂଜୟ ଝା କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ୟ୍ୟକ୍ରମରେ ବିଜେପି ଜିଲ୍ଲା ଉପସଭାପତି ଜନ୍ମେଜୟ ଜେନା, ଜିଲ୍ଲା ନୋଡାଲ ଅଫିସର ରଂଜିତ ଦାଶ, ଏସଡିପି ପୁରୀ ମଧୁସ୍ମିତା ମହାପାତ୍ର ପ୍ରମୁଖ ଏହି କାର୍ୟ୍ୟକ୍ରମ ରେ ଯୋଗ ଦେଇଥିଲେ ।