(ମୁତ୍ୟୃଞ୍ଜୟ , ତ୍ରିଲୋଚନ / ରିପୋର୍ଟସ ଟୁଡ଼େ ) : ଦିନକୁ ଦିନ ରାଜଧାନୀରେ ସଡ଼କ ଦୁର୍ଘଟଣା ବଢିବାରେ ଲାଗୁଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଦ୍ରୁତ ଗତିରେ ଗାଡ଼ି ଚାଳନା ହେଉଁ ବା ମଦ୍ୟପାନ କରି ଗାଡ଼ ଚଳାଇଉ ଥିବା କାରଣ ବଶତଃ ଦୁର୍ଘଟଣା ଘଟିବାରେ ଲାଗିଛି । ତେଣୁ କରି ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ରାସ୍ତା କଡରେ ଦିନକୁ ଉଠା ଦୋକାନୀଙ୍କ ଜବର ଦଖଲ ବଢୁଥିବା ମଧ୍ୟ ଦୁର୍ଘଟଣାର ଅନ୍ୟ ଏକ କାରଣ । ତେଣୁ କରି ଏନେଇ ମଧ୍ୟ ବିଡ଼ିଏ ଓ ବିଏମସି ଦୃୃଷ୍ଟି ଦେବା ଆରମ୍ଭ କରିଛି ।
ତେଣୁ କରି ଆଜି ଯୁନିଟ ୮ ସ୍ଥିତ ଡ଼ିଏଭି ପ୍ଲବିକ ସ୍କୁଲ ଠାରୁ ସିଆରପି ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି । ବିଏମସି ର ବାରମ୍ବାର ସୁଚନା ସ୍ୱତ୍ତେ୍ୱ ଉଠା ଦୋକାନୀ ମାନେ ଗୁରୁତ୍ୱ ଦେଇନଥିଲେ । ଉଠା ଦୋକନୀ ମାନଙ୍କ ଯୋଗୁଁ ଏହି ରାସ୍ତାରେ ଟ୍ରାଫିକ ଜାମ ହେବା ସହିତ ଦୁର୍ଘଟଣା ମଧ୍ୟ ଅନେକ ସମୟରେ ଘଟୁଥିଲା । ତେଣୁ କରି ବିଏମସି ପକ୍ଷରୁ ଉଚ୍ଛେଦ କରାଯିବା ନେଇ ନିଷ୍ପତ୍ତି ନିଆଯାଇ ଆଜି ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି । ବିଏମସି ଓ ବିଡିଏ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଛି । ଜେସିବି ସାହାର୍ଯ୍ୟରେ ଏହି ଛଚ୍ଛେଦ କରାଯାଇଛି । ଘଟଣା ସ୍ଥଳରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତ ଘଟି ନଥିବା ନେଇ ସୁଚନା ମିଳିଛି ।