(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମଣିଷଟିଏ ଆକାଶରେ ଉଡିବାର କେବେ ଦେଖିଛନ୍ତି । ଆପଣ କହିବେ ନାଁ । ମଣିଷର କଣ ଡେଣା ଅଛି ସେ ଆକାଶରେ ଉଡିବ । କିନ୍ତୁ ଏହା ସତ୍ୟ । ଫ୍ରାନ୍ସର ୪୦ ବର୍ଷୀୟ ଫ୍ରାଙ୍କ ଜପାଟା ଆକାଶରେ ଉଡିଛନ୍ତି । ସେ ମାତ୍ର ୨୩ ମିନିଟରେ ୩୫ କିଲୋମିଟର ଉଡିଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ତେେବେ ତାଙ୍କ ଉଡିବା ପାଇଁ ସେ ଏକ ଛୋଟ ଯନ୍ତ୍ରର ଉଦ୍ଭାବନ କରିଛନ୍ତି । ଯନ୍ତ୍ରଟି ଗୋଟିଏ ଟ୍ରେ ଆକାରର ହେବ ।
ଫ୍ରାଙ୍କ ଚା ଟ୍ରେ ଆକାରର ଏକ ଜେଟ ପାୱାର ବୋର୍ଡ ଉଦ୍ଭାବନ କରିଛନ୍ତି । ଏହି ବୋର୍ଡ ଉପରେ ଠିଆହୋଇ ସେ ୨୩ ମିନିଟରେ ୩୫ କିଲୋମିଟର ବାୟୁରେ ଉଡିଥିଲେ । ଯାହା ଆଖିରେ ତାଙ୍କ ଉଙ୍ଗିବା ଦୃଶ୍ୟ ପଡିଲା, ସେ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ଫ୍ରାନ୍ସର ସୈନଗେଟେଠାରୁ ଉଡ଼ିବା ଆରମ୍ଭ କରି ଡୋଭରର ହ୍ଵାଇଟ୍ କ୍ଲିଫ୍ସ ପଯ୍ୟର୍ନ୍ତ ଯାଇଥିଲେ। ତାଙ୍କ ଜେଟରେ ଇନ୍ଧନ ବଦଳରେ କିରୋସିନି ବ୍ୟବହାର କରାଯାଇଥିଲା। ତେବେ ଏହି ଯନ୍ତ୍ରର ଉଦ୍ଭାବନ ସେ ଦୀର୍ଘ ତିନି ବର୍ଷ ପୂର୍ବେ କରିଥିଲେ, କିନ୍ତୁ ଗତଥର ସେ ଉଡିବାରେ ସକ୍ଷମ ହୋଇନଥିଲେ ।