( ପୁରୀ/ଜୟନ୍ତ କୁମାର ସେଠୀ): ଏପ୍ରିଲ ୧ ତାରିଖ ଓଡିଶା ପାଇଁ ସ୍ୱତନ୍ତ୍ର ଦିବସ। ଏହି ଦିନକୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ। ୧୯୩୬ ମସିହା ଏପ୍ରିଲ ପହିଲା ରେ ଭାରତରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡିଶା ପ୍ରଦେଶ ଗଠିତ ହୋଇଥିଲା। ରାଜ୍ୟ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିରପୁତ୍ର ମାନଙ୍କ ସ୍ମୃତି ଉଦେଶ୍ୟ ରେ ଏହି ଉତ୍କଳ ଦିବସ ପାଳନ କରାଯାଏ। ଉତ୍କଳ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା । ସୁଦର୍ଶନ ସାହୁ ଆର୍ଟ ଇନଷ୍ଟିଚ୍ୟୁଟ୍ର ଶିଳ୍ପୀମାନେ ବାଲୁକାକଳା ମାଧ୍ୟମରେ ଉତ୍କଳ ଦିବସର ଶୁଭେଛା ଜଣାଇଛନ୍ତି । ଏହି ବାଲୁକାଳାକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ବହୁ ସଂଖ୍ୟାରେ ପର୍ୟ୍ୟଟକଙ୍କ ଭିଡ ଜମୁଛି।