(ଭୁବନେଶ୍ୱର) : ଆଜି ହେଉଛି ଉକ୍ରଳ ବିଶ୍ୱବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ । ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ଶି୩ା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ବାଗ୍ମୀ ପ୍ରବଚକ ପଦ୍ମଶ୍ରୀ ଡ. ରଜତ କୁମାର କର ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ବିଶ୍ୱବିଦ୍ୟାଳୟର କନଭୋକେସନ୍ ହଲ୍ରେ ସକାଳ ୧୦ଟା ୩୦ରେ ଆରମ୍ଭ ହୋଇଛି ।
ଅନ୍ୟପଟେ ଏହି ପ୍ରତିଷ୍ଠା ଦିବସରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଉତ୍ସବରେ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିବେ । ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ଅଭୟ କୁମାର ନାୟକ ବାର୍ଷିକ ରିପୋର୍ଟ ପ୍ରଦାନ କରିବାର କାର୍ୟ୍ୟକ୍ରମ ରହିଛି । ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ବଡ଼ମାଳି ଧନ୍ୟବାଦ ଦେବେ । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ସେଣ୍ଟର ଫର୍ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ୍ ସେଣ୍ଟର୍ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି ।