(କାହ୍ନୁଚରଣ ସାହୁ): ଆଜି ଦେଶ ପାଳନ କରୁଛି ୭୦ତମ ସାଧାରଣତନ୍ତ୍ର ଦିବସ । ଚରିଆଡ଼େ ଏକ ପ୍ରକାର ଉତ୍ସବର ମାହୋଲ । ଦେଶବାସିଙ୍କ ମନରେ ଜାଗ୍ରତ ହୋଇ ଉଠିଛି ଦେଶପ୍ରେମ । ଚରିଆଡ଼େ ଜାତୀୟ ସଙ୍ଗୀତର ଧୂନ । ଜାତୀୟ ପତକାକୁ ସମ୍ମାନ ଜଣାଇ ମୁଣ୍ଡନୂଆଇଛନ୍ତି ଦେଶବାସି । ଆମର ଗର୍ବ ଓ ଗୌରବ ହେଉଛି ଆମ ଜାତୀୟ ପତକା । ଏହାକୁ ଉଚିତ ସମ୍ମାନ ଜଣାଇବା ଆମର ପ୍ରଥମ କର୍ତ୍ତବ୍ୟ । ଏହାକୁ ଅସମ୍ମାନ କରିବା ଆମ ଜାତି ମା ଓ ମାଟି ପାଇଁ ଏକ ପ୍ରକାର ଅପମାନ ସଦୃଶ୍ୟ । ଏପରି ଅପମାନଜନକ ଦୃଶ୍ୟ ଦେଖିବାକୁ ମିଳିଛି ଭବାନୀପାଟଣା ସ୍ଥିତ ଲାଲବାହାଦୁର ଷ୍ଟାଡିୟମ ଠାରେ । ସାଧାରଣ ତନ୍ତ୍ର ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ ବେଳେ ଜାତୀୟ ପତାକା ଛିଣ୍ଡି ତଳେ ଖସି ପଡିଥିଲା । ସେଠାରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ମନ୍ତ୍ରୀ ପ୍ରତାପ ଜେନା । ଏ ସମୟରେ କଳାହାଣ୍ଡି ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏଭଳି ଘଟଣାକୁ ଜିଲଲସର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିପରି କର୍ଲକ୍ଷମୁଣ୍ଡା ବ୍ଲକ ସଦର ସ୍ଥିତ ସାଧାରଣ ପଡିଆ ଠାରେ ବିଡ଼ିଓ କିଶୋର କୁମାର ପଣ୍ଡା, ତହସିଲଦାର ଅବନିକାନ୍ତ ସାହୁ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ।