(ସାଲେପୁର / ତାରାକାନ୍ତ ନାଏକ ) : କଟକଜିଲ୍ଲା ସାଲେପୁର ସହରରେ ଦୀର୍ଘ ଦିନ ହେବ ଅଲୋକୀକରଣ ବ୍ୟବସ୍ଥା ହୋଇପାରିନାହିଁ। କିନ୍ତୁ ନିଶ୍ଚିନ୍ତକୋଇଲି, ମହାଙ୍ଗାରେ ଗାଁ ଗହଳିରେ ଅଲୋକୀକରଣ ବ୍ୟବସ୍ତା ହୋଇଛି। ଯେଉଁ ଠିକାଦାର ମାହାଙ୍ଗା, ନିଶ୍ଚିନ୍ତକୋଇଲି ର ଅଲୋକୀକରଣ ର କାମ କରିଥିଲେ ସେ ସାଲେପୁରର ଅଲୋକୀକରଣ ର କାମ କରିଥିଲେ। ଗତ ୨ତାରିଖ ରେ ଟାଙ୍ଗି-ସାଲେପୁର ର ବିଧାୟକଙ୍କ ଦ୍ୱାରା ସାଲେପୁର ବଜାରର ଅଲୋକୀକରଣ ର ଶୁଭ ଉଦଘାଟନ କରିଥିଲେ। ପରେ ଏହାର କାର୍ୟ୍ୟ ସମ୍ପାଦନ ହୋଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଲାଇଟ ଜଳୁନାହିଁ। ସବୁ ଘୁଣ୍ଟ ଏବଂ ଲାଇଟ କୁ ପରୀକ୍ଷା ମଧ୍ୟ କରାଯାଇ ସାରିଲାଣି।କିନ୍ତୁ ଦୀର୍ଘ ଏକ ମାସରୁ ଉର୍ଦ୍ଧ ହେଲାଣି ଲାଇଟ ଜଳିପାରୁନାହିଁ। ଲାଇଟ ନ ଜଳିବା ପଛରେ କାହାର ହାତ ଅଛି କି ବିଜୁଳି ବିଭାଗ ର ତ୍ରୁଟି ରହିଛି ,ଠିକାଦାରଙ୍କ କାମ ସରିଗଲା ପରେ ମଧ୍ୟ ଲାଇଟ କାହିଁକି ଏପର୍ୟ୍ୟନ୍ତ ଜଳିଲା ନାହିଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଏହା ପଛରେ କାରଣ କଣ ଥାଇପାରେ ଏନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।