ଉଦଳା: ଦୁଇ ବର୍ଷ ପରେ ଶୁକ୍ରବାର ପବିତ୍ର ଘୋଷଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ବଡ ଦାଣ୍ଡରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ବଳିତ ହୋଇ ପଡିଛନ୍ତି ହଜାର ହଜାର ଭକ୍ତ । ବଡ ଦାଣ୍ଡରେ ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ। ଶ୍ରୀକ୍ଷେତ୍ର ଭଳି ଉଦଳାରେ ମଧ୍ୟ ଖୁବ ଧୁମଧାମରେ ପାଳିତ ହୋଇଛି ଘୋଷଯାତ୍ରା । ଜୟ ଜଗନ୍ନାଥ, ହରିବୋଲ, ବାଜା ବାଜେଣା, ଘଣ୍ଟ ହୁଳହୁଳିରେ ପ୍ରକମ୍ପିତ ହୋଇଛି ଉଦଳାର ଜଗନ୍ନାଥ ମନ୍ଦିର । ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେଇଛନ୍ତି । ପାଖରୁ ଦର୍ଶନ କରି କାଳିଆ ସାଆନ୍ତଙ୍କୁ ସ୍ପର୍ଶ କରିବାକୁ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥିଲା । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏପଟେ ନିର୍ଧାରିତ ସମୟ ମଧ୍ୟରେ ଧାଡି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଆସି ରଥାରୂଢ ହୋଇଥିଲେ ।