(ଦୀପକ ମିଶ୍ର /ଉଦଳା):ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମୟୂରଭଞ୍ଜ ଜିଲ୍ଲା ଉଦଳାରେ ରଥଯାତ୍ରା ପାଇଁ ୩ ଠାକୁରଙ୍କୁ ପହଣ୍ଡି ପରେ ରଥାରୂଢ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶହ ଶହ ଭକ୍ତ ସାମିଲ ହୋଇ ତିନି ଠାକୁରଙ୍କ ଆର୍ଶିବାଦ ଲାଭ କରିଥିଲେ । ଢୋଲ କୀର୍ତ୍ତନ ତାଳେ ତାଳେ ଭକ୍ତମାନେ ମହା ଆନନ୍ଦରେ ତିନି ଠାକୁରଙ୍କୁ ମନ୍ଦିରୁ ରଥଦାଣ୍ଡ ପର୍ଯ୍ୟନ୍ତ ଟାଣିନେଇଥିଲେ । ଏହି ପହଣ୍ଡି କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଖଣ୍ଡ ପୋଲିସ ଅଧିକାରୀ ,ଉଦଳା ବିଧାୟକ ଓ ସହକାରୀ ଉପଜିଲ୍ଲାପାଳ ପ୍ରମୁଖ ଏହି ପହଣ୍ଡି ଯାତ୍ରାରେ ଉପସ୍ଥିତ ଥିଲେ ।