ଉଦଳାରେ ରଥଯାତ୍ରା ଅନୁଷ୍ଠିତ

0

(ଉଦଳା / ଦୀପକ ମିଶ୍ର ) : ଆଜି ପବିତ୍ର ରଥଯାତ୍ରା ଅବସରରେ ଉଦଳା ଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଦୁଇ ଦିନ ଧରି ଉଦଳାରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମ ଦିବସରେ ଆଜି ୨୫ ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ରଥ ଟାଣିଛନ୍ତି ।
ମୟୁଭରଞ୍ଜ ଜିଲ୍ଳା ଉଦଳାରେ ଆଜି ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସକାଳ ସମୟରୁ ନିର୍ଘଂଟ ଅନୁସାରେ ଚତୁର୍ଦ୍ଦାଦେବ ପହଣ୍ଡିରେ ଆସି ରଥଷର ବିଜେ କରିଥିଲେ । ତାପରେ ଅପରାହ୍ନରେ ଉଦଳାର ବରିଷ୍ଠ ନାଗରିକ ଜୟଚନ୍ଦ୍ର ପତ୍ରୀ ଛେରା ପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୁଇ ଦିନ ଧରି ଉଦଳାରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏକ ସ୍ୱତନ୍ତ୍ର ପରମ୍ପରା ରହିଛି । ପ୍ରଥମ ଦିବସରେ ଆଜି ରଥଟଣା ହୋଇ ଉଦସଳା ହନୁମାନ ମନ୍ଦିର ଛକ ନିକଟରେ ରହିବା ପରେ ଦ୍ୱିତୀୟ ଦିବସରେ କେବଳ ମହିଳା ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ରଥଟଣା ଯାଇ ମାଉସୀ ମା ମନ୍ଦିର ପହଚିଂବ । ରଥରେ ଜନସମାଗମକୁ ଲକ୍ଷ୍ୟ କରି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକାଡ଼ି କରିବା ସହିତ ରଥରେ ଶାନ୍ତିଶୃଙ୍ଖଳା ରକ୍ଷଶ ନିମନ୍ତେ ଗୋଟିଏ ପ୍ଲାଟୁନ ଫୋର୍ସ ଜଣେ ଡ଼ିଏସପି ଦୁଇ ଜଣ ଏସଅରଇ ୭ ଜଣ ଏଏସଆଇଙ୍କ ସମେତ ସାଧା ପୋଷାକରେ ପୋଲିସ ମୁତୟନ ହୋଇଛନ୍ତି । ଏହି ଅବସରରେ ଆଧ୍ୟାତ୍ମିକ ପୁସ୍ତିକା ମହାବାହୁ ଉନ୍ନୋଚିତ ହୋଇଛି ।