(ଦୀପକ ମିଶ୍ର) ଉଦଳା : ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଆଇଆଇସି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି ରୀନା ବେହେରା । ପୂର୍ବରୁ ଆଇଆଇସି ରୀନା ବେହେରା କପ୍ତିପଦା ଥାନା ଆଇଆଇସି ଭାବେ ଦକ୍ଷତାର ସହ କାର୍ୟ୍ୟ ତୁଲାଇଛନ୍ତି, ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି ସାଧାରଣ ଜନତାଙ୍କୁ କେମିତି ସଙ୍ଗେ ସଙ୍ଗେ ନ୍ୟାୟ ଓ ସୁରକ୍ଷା ମିଳିପାରିବ ଏବଂ ଉଦଳା ମାର୍କେଟ ଅଞ୍ଚଳରେ ଥିବା ଟ୍ରାଫିକ ସମସ୍ୟା ଦୂର ହେବ ଓ ଥାନା ଅଞ୍ଚଳରେ ବଢିଚାଲିଥିବା ବିଭିନ୍ନ ଅପରାଧ ମୂଳକ କାର୍ୟ୍ୟ କଳାପ ରୋକାଯାଇପାରିବ ସେ ଦିଗରେ ପ୍ରାଥମିକତା ରହିବ ବୋଲି ଆଇଆଇସି ରୀନା ବେହେରା ପ୍ରକାଶ କରିଛନ୍ତି.