(ଦୀପକ ମିଶ୍ର/ଉଦଳା): ଉଦଳା ନିର୍ବାଚନୀ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉଦଳା ବିଦୁବାଗାନ ପଡିଆ ଠାରେ ଏହି ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମରେ ପୂର୍ବତ୍ତନ ଉପବାଚସ୍ପତି ସକ୍ଷନନ୍ଦ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ପୂର୍ବତ୍ତନ ବିଧାୟକ ଶ୍ରୀନାଥ ସୋରେନଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଏହି କାର୍ୟ୍ୟକ୍ରମ ପରିଚାଳନା କରାଯାଇଥିଲା । ବିଭିନ୍ନ ବ୍ଲକରୁ ଆସିଥିବା ସହ ବିଜେଡି କର୍ମୀ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ଯୁବ ନେତା ଅମୀୟ ବଳ, ମାନସ ମହାରଣା, ପ୍ରବୀର ଚନ୍ଦ୍ର ସାଏ, ସନାତନ ନାୟକ ପ୍ରମୁଖ ଉପସ୍ଥିତ ରହି ଏହି କାର୍ୟ୍ୟକ୍ରମକୁ ସଫଳ କରିଥିଲେ ।