ଉନବିଂଶତମ ନିମାପଡା ମହୋତ୍ସବ ଉଦଘାଟିତ

0

(ଜୟନ୍ତ କୁମାର ସେଠୀ/ଗୋପ):ପୁରୀ ଜିଲ୍ଲା ନିମାପଡ଼ା ସହିଦ୍ ଭଗତଠାରେ ଉନବିଂଶତମ ନିମାପଡା ମହୋତ୍ସବ  ହୋଇଯାଇଛି । ନିମାପଡା ମୁକ୍ତାକାଶ ରଙ୍ଗମଂଚ ରେ ଅ।ୟୋଜିତ ନିମାପଡା ମହୋତ୍ସବକୁ ଓଡ଼ିଶା ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ଏହି ଅବସରରେ ସ୍ଵାଧୀନତା ସଂଗ୍ରାମୀ ଏବଂ ପୁର୍ବତନ ସାଂସଦ ପଦୁଶ୍ରୀ ଭବାନୀ ଚରଣ ପଟ୍ଟନାୟକ , ପଟ୍ଟଚିତ୍ର ଶିଳ୍ପୀ ଶରତ ପ୍ରଧାନ, ବରିଷ୍ଟ ସମାଜସେବୀ ବିନ୍ଦାସ୍ ଚିନୁଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। ଏହି ମୁକ୍ତାକାଶ ରଙ୍ଗମଂଚରେ ଭାରତନାଟମ୍ୟ , କୋଲକାତାର ରୂପ୍ସା ଓ ସାଥୀ ନୃତ୍ୟକୁ କଳାକାର ମାନେ ଅତି ନୁଖୁଣ ସହିତ ପରିବେଷଣ କରିଥିଲେ। ପରେପରେ ଗୁରୁ ଆତ୍ତବନ୍ଧୁ ବାରିକ , ଲକ୍ଷ୍ମୀପ୍ରିୟାଙ୍କ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିବା ବେଳେ ଏହାକୁ ମନୋଭରି ଉପଭୋଗ କରିଥିଲେ ଦର୍ଶକ । ଉଦଘାଟିତ ଏହି ମହୋତ୍ସବରେ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଜଂନ ଦାଶ, ଶିକ୍ଷାବିତ ରମେଶ ଚନ୍ଦ୍ର ପରିଡା, ସମାଜସେବୀ ପ୍ରତାପ କୁମାର ପାତ୍ର ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି ମହତ୍ଵ ଆୟୋଜନ ଦ୍ଵାରା ଜନମାନସରୁ ଦୁରେଇ ଯାଉଥିବା କଳା ସଂସ୍କୃତି ଓ ଉଜୀବିତ ହୋଇ ରହିଵା ସହ ପରସ୍ପର ମଧ୍ୟରେ ଏକତା ଓ ଭାଇଚାରା ସୃଷ୍ଟି କରିବାରେ ମାଧ୍ୟମ ହୋଇଥାଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମତବ୍ୟକ୍ତ କରିଥିଲେ।