(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଉତ୍ତର ପ୍ରଦେଶର ଉନ୍ନାଓ ଗଣଦୁଷ୍କର୍ମ ମାମଲା ଉପରେ ଗୋଟିଏ ପରେ ଗୋଟିଏ ପର୍ଦ୍ଦା ହଟିବାରେ ଲାଗିଛି । ପୀଡିତାଙ୍କ କାରକୁ ଧକ୍କା ଦେଇଥିବା ଟ୍ରକ ସମାଜବାଦୀ ପାର୍ଟିର ନେତା ନନ୍ଦୁ ପାଲଙ୍କ ବଡ ଭାଇ ଦେବେନ୍ଦ୍ର ପାଲଙ୍କର ବୋଲି ପୁଲିସ ସୂଚନା ପାଇଛି । ଦୁର୍ଘଟଣା ପରେ ଫତେହପୁର ଜେଲ ରୋଡରେ ଥିବା ଦେବେନ୍ଦ୍ର ପାଲ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି ।
ଦେବେନ୍ଦ୍ର କିଶୋର ପାଲଙ୍କର ବହୁ ଟ୍ରକ୍ ରହିଛି । ଲଲୌଲୀରେ ତାଙ୍କର ଏକ ଢାବା ଅଛି, ଯାହାକୁ ବନ୍ଦ କରି ଦିଆଯାଇଛି । ତାଙ୍କର ସମ୍ପୂର୍ଣ୍ଣ ପରିବାର ସମାଜବାଦୀ ପାର୍ଟିରେ ରାଜନୀତି କରି ଆସୁଛନ୍ତି । ତେବେ ଏହି ଦୁର୍ଘଟଣା କରିଥିବା ଟ୍ରକ୍ ଚାଳକ ଫତେହପୁର ଜନପଦର। ଅଭିଯୁକ୍ତ ଅମିତ ପାଲ ୨ ବର୍ଷ ହେଲା କିଶୋର ପାଲଙ୍କ ଟ୍ରକ ଚଳାଇ ଆସୁଥିଲେ । ଦୁର୍ଘଟଣା ସମ୍ପର୍କରେ ସପା ନେତାଙ୍କ ଯୁକ୍ତି ଏହା କେବଳ ଏକ ଦୁର୍ଘଟଣା । ଏହାକୁ ବିନା କାରଣରେ ହତ୍ୟାର ନାମ ଦିଆଯାଉଛି ।