ଉପରାଷ୍ଟ୍ରପତିଙ୍କ ବଲାଙ୍ଗୀର ବାତିଲ

0

(ମମତା ସାମଲ)ରିପୋର୍ଟସଟୁଡେ: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ବଲାଙ୍ଗୀର ଗସ୍ତ କାର୍ୟ୍ୟକ୍ରମ ବାତିଲ ହୋଇଛି । ଖରାପ ପାଗ ଯୋଗୁଁ ଏହି ଗସ୍ତ ବାତିଲ ହୋଇଛି ।
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଆଜି ବଲାଙ୍ଗୀର ସହର ଉପକଣ୍ଠରେ ଥିବା ବରକାନୀରେ ଥିବା ଏଲପିଜି ବଟଲିଂ ପ୍ଲାଣ୍ଟ ଉଦଘାଟନ କରି ରାଜ୍ୟ ଉଦ୍ଦେଶ୍ୟରେ ସମର୍ପଣ କରିବା କାର୍ୟ୍ୟକ୍ରମ ରହିଥିଲା । ଏହା ସହ ସେ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲିରେ ମଧ୍ୟ ଯୋଗ ଦେବା କାର୍ୟ୍ୟକ୍ରମ ରହିଥିଲା । ତେବେ ଘନ କୁହୁଡ଼ି ଓ ଖରାପ ପାଗ କାରଣରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ଗସ୍ତ ବାତିଲ ହୋଇଛି । ସେ ନ ଆସି ପାରିବା ନିମନ୍ତେ ଦୁଃଖପ୍ରକାଶ କରିଥିବା ମଧ୍ୟ ଜଣାପଡ଼ିଛି ।