(ଅନୁସ୍ୱୟା)ଭୁବନେଶ୍ୱର: ରାଜ୍ୟରେ ପୁଣି ଚାଷୀ ଆତ୍ମହତ୍ୟା । ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ଅନ୍ତର୍ଗତ ଦୋର୍ଲା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଚାଷୀଜଣକ ହେଲେ ଘାସିରାମ ମାଝୀ । ଲକ୍ଷାଧିକ ଟଙ୍କାର ଋଣଭାର କାରଣରୁ ସେ ଚିନ୍ତାରେ ଥିଲେ । ତାଙ୍କ ଚାଷରେ କ୍ଷତି ହେବାକୁ ଲାଗିଥିଲା । ତେଣୁ ଘାସିରାମ ନିଜ ବେକରେ ରଶି ଲଗାଇ ଆଜି ଆତ୍ମହତ୍ୟା କରିଛନ୍ତି । ସେ ପ୍ରାୟ ୫ଟି ଏସଏସଜି ଗ୍ରୁପ ଠାରୁ ଋଣ ନେଇ ଜମି କିଣି ଚାଷ କରୁଥିଲେ । କିନ୍ତୁ ସେଥିରେ କ୍ଷତି ହେବାକୁ ଲାଗିଥିଲା। ଋଣ ସୁଝି ନପାରିବାରୁ ଋଣ ଚାପରେ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।