ଋଷର ତାଲିବାନୀ ନଜରିଆକୁ ନେଇ ଚର୍ଚ୍ଚା

0

ମସ୍କୋ: ତାଲିବାନୀ କବଜାରେ ଆଫଗାନିସ୍ତାନ । ସେଠାରେ ପୁଣି ସାରିଆ ନିୟମ ଲାଗୁକରିଛି ତାଲିବାନ । ଆଫଗାନବାସୀଙ୍କ ଜୀବନ ଯାତ୍ରା ଦୁର୍ବିସହ ହୋଇପଡିଛି । ତାଲିବାନର ଏହି କାର୍ଯ୍ୟକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଥିବା ବେଳେ କ଼ିନ୍ତୁ ଋଷ ତାଲିବାନ ସମର୍ଥନରେ ବାହାରିଛି । ତାଲିବାନୀଙ୍କ ସପକ୍ଷରେ ମତ ପ୍ରକାଶ କରିଛି ଋଷିଆ। ଋଷିଆ ରାଷ୍ଟ୍ରଦୂତ ଦିମିତ୍ରୀ ଜିରନୋବ କହିଛନ୍ତି, କାବୁଲ ତାଲିବାନ ଶାସନରେ ଅଧିକ ସୁରକ୍ଷିତ । ତାଲିବାନ ଆଫଗାନିସ୍ତାନକୁ କବଜାକୁ ନେବାର ୨୪ ଘଂଟାରେ ସେଠାର ସ୍ଥିତି ବଦଳି ଯାଇଛି । କାବୁଲ ପୂର୍ବ ସରକାର ଅପେକ୍ଷା ଅଧିକ ସୁରକ୍ଷିତ ରହିବା ପରି ମନେ ହେଉଛି। ଋଷିଆର ଏପରି ମନ୍ତବ୍ୟକୁ ନେଇ ବିଶ୍ୱବ୍ୟାପୀରେ ଚର୍ଚ୍ଚା । କାରଣ ତାଲିବାନୀ ନିର୍ଯାତନାରୁ ବର୍ତ୍ତିବାକୁ ଲକ୍ଷାଧିକ ଆଫଗାନୀ ଦେଶ ଛାଡ଼ୁଛନ୍ତି ।
ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନୀ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଉଛନ୍ତି। ଅସରଫ ଗନିଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ନିଜ ଲୋକଙ୍କ ମଙ୍ଗଳ ପାଇଁ ତାଙ୍କ ସହ ରହିବାରେ ଆଫଗାନ ନେତା ବିଫଳ ହୋଇଛନ୍ତି। ଯେତେବେଳେ ଲୋକଙ୍କ ପାଖରେ ତାଙ୍କର ଉପସ୍ଥିତି ସବୁଠାରୁ ବେଶି ଜରୁରୀ ଥିଲା ସେତେବେଳେ ସେ ତାଙ୍କ ସାଥ୍ ଦେଲେ ନାହିଁ। ଆଫଗାନସ୍ଥାନରେ ଆମେରିକାର ଯୁଦ୍ଧ ଶେଷ ହୋଇଛି ଏବଂ ସୈନ୍ୟ ପ୍ରତ୍ୟାହାର ହୋଇଛନ୍ତି ।