ଋାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ରାଷ୍ଟ୍ରପତି

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଅମ୍ପନ କ୍ଷୟକ୍ଷତିର ଆକଳନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ରାଷ୍ଟ୍ରପତି ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରି ବାତ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି । ଏ ନେଇ ରାଷ୍ଟ୍ରପତି ଭବନର ଟୁଇଟର ଆକାଉଣ୍ଟ ଜରିଆରେ ସୂଚନା ଦିଆଯାଇଛି । ରାଷ୍ଟ୍ରପତିଙ୍କ ଟୁଇଟରେ ଲେଖାଯାଇଛି ଯେ, ମୁଁ ଆଜି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲି ଏବଂ ଘୂର୍ଣ୍ଣିଝଡ ଅମ୍ଫନ ଯୋଗୁ ହୋଇଥିବା କ୍ଷୟକ୍ଷତି ପରିପ୍ରେକ୍ଷୀରେ ଲୋକମାନଙ୍କ ସୁରକ୍ଷା ବିଷୟରେ ମୋର ଚିନ୍ତା ପ୍ରକଟ କଲି । ମୁଁ ସେମାନଙ୍କୁ ଆଶ୍ୱାସନା ଦେଲି ଯେ, ଏହି ସଙ୍କଟ କାଳରେ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ଲାଗି ଦେଶ ଏକାଠି ହୋଇଛି । ମୁଁ ପ୍ରାର୍ଥନା କରୁଛି ଓ ମୋର ବିଶ୍ୱାସ ରହିଛି ଯେ, ଏହି ଅଞ୍ଚଳ ବିପତ୍ତିରୁ ଖୁବଶୀଘ୍ର ଦୃଢତାର ସହିତ ମୁକୁଳିବ ।