(ମନୋଜ ସାହୁ) ରାୟଗଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ଯେଉଁ ଅପମାନ ସୂଚକ ଚୌକିଦାର ଚୋର ବୋଲି କଟାକ୍ଷ କରିଛନ୍ତି ତାକୁ ବିରୋଧ କରିଛି ରାୟଗଡା ବିଜେପି । ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମିଳନୀରେ ରାୟଗଡା ବିଜେପି ପ୍ରାର୍ଥୀ ବସନ୍ତ ଉଲାକା, ରାହୁଲ ଗାନ୍ଧୀଙ୍କ ଏଭଳି ଭାଷାକୁ ବିରୋଧ କରିବା ସହ ଆସନ୍ତା କାଲି ରାୟଗଡରେ ଏକ ବିରାଟ ସମାବେଶ ହେବ ବୋଲି ସୂଚନା ଦେଇଛନ୍ତି ।
ଏହି କାର୍ୟ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଜେପିର ସାତ ଜଣ ଓ ଲୋକସଭା ପ୍ରାର୍ଥୀ ଯୋଗଦେଇ ସମସ୍ତେ ପ୍ରଧାନମନ୍ତ୍ରୀ ଚୌକିଦାର କାର୍ୟ୍ୟକ୍ରମରେ ଯୋଗଦେବେ ବୋଲି ପ୍ରକାଶ କରିଛନ୍ତି ।