(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଅନେକ ସମୟରେ ଏଟିଏମରୁ ଟଙ୍କା ଉଠାଇବା ବେଳେ ଟଙ୍କା ଆକାଉଣ୍ଟରୁ କଟିଯାଏ, କିନ୍ତୁ ହାତକୁ ଟଙ୍କା ଆସିନଥାଏ । ଏହାକୁ ନେଇ ଗ୍ରାହକଙ୍କ ଚିନ୍ତା ବଢିଯାଇଥାଏ । ତେବେ ଏହି ଚିନ୍ତାରୁ ମୁକ୍ତି ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଆରବିଆଇ ନିୟମ ମୁତାବକ, ଯଦି କେବେ ଏପରି ସ୍ଥିତି ସୃଷ୍ଟି ହୁଏ ତେବେ ପ୍ରଥମେ ସମ୍ବନ୍ଧିତ ବ୍ୟାଙ୍କକୁ ଯାଇ ଏହାର ସୂଚନା ଦେବାକୁ ହେବ । ଯଦି ବ୍ୟାଙ୍କ୍ ବନ୍ଦ ଥାଏ ତେବେ ନିଜର ବ୍ୟାଙ୍କ୍ କଷ୍ଟମର ନମ୍ବରକୁ କଲ କରିବାକୁ ହେବ ଓ ଏଥିସମ୍ବନ୍ଧିତ ଅଭିଯୋଗ ଦେବାକୁ ହେବ । ଏହା ପରେ ଗୋଟିଏ ସପ୍ତାହ ଟଙ୍କା ମିଳିଯିବ କିମ୍ବା ଟ୍ରାଞ୍ଜାକ୍ସନ ଫେଲର କାରଣ ଜଣାଯିବ । ତେବେ ଏଥିନେଇ ଟ୍ରାଞ୍ଜାକସନ ସ୍ଲିପ ବା ବ୍ୟାଙ୍କ ଷ୍ଟେଟମେଣ୍ଟ ଦାଖଲ କରିବାକୁ ହେବ ।
୨୪ ଘଣ୍ଟା ମଧ୍ୟରେ ଟଙ୍କା ଫେରସ୍ତ ହେବ । କୌଣସି କାରଣରୁ ଯଦି ଟଙ୍କା ଫେରିଲା ନାହିଁ ତେବେ ବ୍ୟାଙ୍କର ବ୍ରାଞ୍ଚରେ ଲିଖିତ ଅଭିଯୋଗ କରିବାକୁ ହେବ। ଅଭିଯୋଗର ଗୋଟିଏ ସପ୍ତାହ ମଧ୍ୟରେ ଖାତାରେ ଟଙ୍କା ଆସିଯିବ । ଯଦି ନ ଆସିଲା ତେବେ ବ୍ୟାଙ୍କ୍ ଦିନ ପିଛା ୧୦୦ ଟଙ୍କା ଫାଇନ୍ ଆକାରରେ କାଟାଯାଇଥିବା ଟଙ୍କା ସହ ଫେରସ୍ତ କରିବ ବୋଲି ଆରବିଆଇ ନିର୍ଦ୍ଦେଶ ଦେଇଛନ୍ତି ।