ଏଟିଏମ ଲୁଟ

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ଲୁଟ୍ ହେଉଛି ଏଟିଏମ । ଗତକାଲି ରାତ୍ରରେ ପୁଣି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଲୁଟ୍ ହୋଇଛି ।

ଗତାକାଲି ବିଳମ୍ବିତ ରାତ୍ରରେ ଚାନ୍ଦିଲି ଥାନା ପାଖରେ ଥିବା ଏଟିଏମ ଲୁଟ୍ ହୋଇଛି । ଲୁଟେରାମାନେ ମେସିନ୍ ଭାଙ୍ଗି ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ତେବେ ଥାନା ପାଖରୁ ମାତ୍ର କିଛି ମିଟର ଦୂରରେ ଥିବା ଏଟିଏମ ଲୁଟ କିପରି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।