ଏଣିକି ଇନକମିଙ୍ଗ କଲ ପାଇଁ କରିବାକୁ ପଡ଼ିପାରେ ରିଚାର୍ଜ- ଟେଲିକମ୍ କମ୍ପାନୀ

0

(ରିପୋର୍ଟସ ଟୁଡ଼େ): ମୋବାଇଲ ୟୁଜରଙ୍କୁ ବଡ଼ ଝଟକା । ଖୁବ୍ ଶୀଘ୍ର ବନ୍ଦ ହୋଇପାରେ ମାଗଣା ଇନକମିଙ୍ଗ କଲ୍ ସେବା । ସମସ୍ତ ଟେଲିକମ୍ କମ୍ପାନୀ ଏନେଇ ଆରମ୍ଭ କରିସାରିଲେଣି ଷ୍ଟ୍ରାଟର୍ଜି । ଜିଓ ବଜାରକୁ ପ୍ରବେଶ କରିବା ପରେ ଅନେକ ଶସ୍ତା ଏବଂ ମନଲୋଭା ଅଫର ଆଣିଥିଲା । ଜିଓର ଏହି ପ୍ରାଇସ ଏବଂ ଡ଼ାଟା ୱାରକୁ ଟକ୍କର ଦେବାକୁ ଅନ୍ୟ ଟେଲିକମ୍ କମ୍ପାନୀ ମଧ୍ୟ ଆଣିଲେ ଶସ୍ତା ପ୍ଲାନ । । ଯାହା ଫଳରେ ଏହି ସବୁ କମ୍ପାନୀଗୁଡିକୁ ଭାରି କ୍ଷତି ସହିବାକୁ ପଡିଛି ।
କିନ୍ତୁ ଏବେ ନିଜ ଷ୍ଟାଟର୍ଜି ପରିବର୍ତ୍ତନ କରିବାକୁ ଯାଉଛନ୍ତି ଭୋଡାଫୋନ୍, ଆଇଡିଆ ଏବଂ ଏୟାରଟେଲ୍ ଭଳି ବଡ କମ୍ପାନୀ । ଖୁବ୍ ଶୀଘ୍ର ଏମାନେ ନିଜ ମାଗଣା ଇନକମିଙ୍ଗ୍ କଲ ସେବାକୁ ବନ୍ଦ କରିପାରନ୍ତି । କମ୍ପାନୀ ଏଥିପାଇଁ ମିନିମମ୍ ରିଚାର୍ଜ ପ୍ଲାନ୍ ଲଞ୍ଚ କରିବା ଆରମ୍ଭ କରିସାରିଲେଣି । ଅର୍ଥାତ୍ ଲମ୍ବା ସମୟ ଧରି ଆପଣ ଲାଭ ଉଠାଉଥିବା ଏହତ ମାଗଣା ସେବା ହୋଇପାରେ ବନ୍ଦ ।
ଗ୍ରାହକ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି କମ୍ପାନୀ । ଯେଉଁମାନେ କେବଳ ଇନକମିଙ୍ଗରେ ନିଜ କନେକ୍ସନ୍ ଚଲାଉଛନ୍ତି । ଆଉ ଆବଶ୍ୟକ ପହିଲେ ଅତିକମ୍ ଟଙ୍କା ରିଚାର୍ଜ କରୁଛନ୍ତି । ଏଭଳି ୟୁଜରଙ୍କ ପାଇଁ କମ୍ପାନୀର ଇଜଚଟ ରେ କ୍ଷତି ହେଉଛି । ଏବେ ଏହି ଗ୍ରାହକଙ୍କୁ ନିଜ ଇନକମିଙ୍ଗ୍ ଜାରି ରଖିବାକୁ ହେଲେ ରିଚାର୍ଜ କରିବାକୁ ପଡିବ ।
ଇନକମିଙ୍ଗ୍ ସର୍ଭିସ୍ ପାଇଁ ୨୮ ଦିନ ବୈଧତା ଥିବା ୩୫ଟଙ୍କା , ୬୫ ଟଙ୍କା ଏବଂ ୯୫ ଟଙ୍କିଆ ତିନିଟି ପ୍ଲାନ୍ ଲଂଚ୍ କରିଛନ୍ତି କମ୍ପାନୀ । ଏବେ ଇନକମିଙ୍ଗ୍ କଲ୍ ପାଇଁ ପ୍ରତିମାସରେ ଗ୍ରାହକଙ୍କୁ ରିଚାର୍ଜ କରିବାକୁ ପଡିବ । ଏଥିରେ ୨୬ ଟଙ୍କା ବାଲାନ୍ସ ମିଳିବ । ତେବେ ୨୮ ଦିନର ବୈଧତା ସରିଗଲେ ୨୯ ଦିନଠାରୁ ଆଉଟଗୋଇଙ୍ଗ୍ ବନ୍ଦ କରିଦିଆଯିବ । ତେବେ ଇନକମିଙ୍ଗ୍ ବନ୍ଦ କରିବା ପୂର୍ବରୁ ଗ୍ରାହକଙ୍କୁ କିଛି ସମୟ ଦେବ କମ୍ପାନୀ । ରିଚାର୍ଜ କରିବାର ୪୫ ଦିନ ଯାଏଁ ଚାଲୁ ରହିବ ଇନକମିଙ୍ଗ୍ କଲ୍ ସେବା । ଯଦି ଦ୍ବିତୀୟ ଥର ରିଚାର୍ଜ ନକରୁଛନ୍ତି ତେବେ ଏହି ସେବା ବନ୍ଦ ହୋଇଯିବ ।