ଏଣିକି ଓଡ଼ିଆ ଭାଷାରେ ମିଳିବ ଟ୍ରେନ୍ ଟିକେଟ

0

(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: ଏଣିକି ଓଡିଆ ଲେଖାରେ ମିଳିବ ଟ୍ରେନ ଟିକେଟ । ରାଜଧାନୀ ଏକ୍ସପ୍ରେସ୍ର ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଣିକି ଇଂରାଜୀ, ହିନ୍ଦୀ ସମେତ ଓଡ଼ିଆ ଭାଷାରେ ମିଳିବ ଟ୍ରେନ୍ ଟିକେଟ । ଭୁବନେଶ୍ୱର-ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନାଲକୋ ଦ୍ୱାରା ବ୍ରାଣ୍ଡିଙ୍ଗର ଉଦ୍ଘାଟନ କରାଯାଇଛି । ଅସଂରକ୍ଷିତ ଟ୍ରେନ ଟିକେଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡ଼ିଆ ଭାଷା ପ୍ରଚଳନର ଶୁଭାରମ୍ଭ ହୋଇଛି। ଏପ୍ରିଲ ୧ ରୁ ଓଡ଼ିଆ ଭାଷାରେ ଲେଖାଥିବା ଟିକେଟ ଉପଲବ୍ଧ ହେବ ।
ଇଷ୍ଟ କୋଷ୍ଟ ରେଲୱେ ଅଧିନରେ ଥିବା ରାଜ୍ୟର ୩୧୭ଟି ଷ୍ଟେସନରେ ଏହି ବ୍ୟବସ୍ଥା ଲାଗୁ ହେବ । ଏହା ଦ୍ଵାରା ଇଂରାଜୀ ଓ ହିନ୍ଦିରେ ପଢ଼ିବାକୁ ଅସୁବିଧା ହେଉଥିବା ଲୋକ ମାନେ ବିଶେଷ ଉପକୃତ ହେବେ । କୋଲକାତାର ଏକ ସଂସ୍ଥା ସି.ଆର.ଆଇ.ଏସର ସାହାଯ୍ୟରେ ୮ ହଜାର ଷ୍ଟେସନର ନାଁ ଓଡ଼ିଆରେ ପ୍ରସ୍ତୁତ କରାଯାଇଛି । ଅଣସଂରକ୍ଷିତ ରେଳ ଟିକେଟରେ ଓଡ଼ିଆ ଭାଷା । ଏହି କାର୍ୟ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ସଭା ସାଂସଦ ଡଃ ରଘୁନାଥ ମହାପାତ୍ର ଓ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି।