ଏଣିକି ଓଡ଼ିଆ ସମେତ ୬ ଟି ଆଞ୍ଚଳିକ ଭାଷାରେ ଆସିବ ସୁପ୍ରିମକୋର୍ଟଙ୍କ ରାୟ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜି ସୁପ୍ରିମକୋର୍ଟ ଏକ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟ ଦେଉଥିବା ବିଭିନ୍ନ ରାୟ ଏଣିକି ଓଡ଼ିଆ ସମେତ ୬ଟି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବ। । ଚଳିତ ମାସ ଶେଷ ଭାଗରୁ ହିଁ ସୁପ୍ରିମକୋର୍ଟଙ୍କ ୱେବସାଇଟ୍‌ରେ ଓଡ଼ିଆ, ଅହମୀୟା(ଆସାମ), ହିନ୍ଦୀ, କନ୍ନଡ଼, ମରାଠୀ ଓ ତେଲୁଗୁ ଭାଷାରେ ଅନୁବାଦ ହୋଇ ଉପଲବ୍ଧ ହେବ।
ଏବେ ସୁପ୍ରିମକୋର୍ଟଙ୍କ ୱେବସାଇଟ୍‌ରେ କେବଳ ଇଂରାଜୀ ଭାଷରେ ବିଭିନ୍ନ ରାୟ ଓ ତଥ୍ୟ ପ୍ରକାଶ ପାଉଛି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅନୁବାଦ ପାଇଁ ଆବଶ୍ୟକ ସଫ୍ଟୱେରକୁ ଅନୁମତି ଦେଇଛନ୍ତି।
ଅନେକ ସମୟରେ ଆବେଦନକାରୀମାନେ ଇଂରାଜୀ ଭାଷା ପଢ଼ିବା ଓ ବୁଝିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ସାମ୍ନାକୁ ଆସୁଥିଲା। ଏହି କାରଣ ପାଇଁ ଏକାଧିକ ରାଜ୍ୟରୁ ଇଂରାଜୀ ରାୟକୁ ଅନୁବାଦ କରି ପ୍ରକାଶ କରିବାକୁ ନିବେଦନ କରାଯାଇଥିଲା। ଏହି କାରଣ ପାଇଁ ସୁପ୍ରିମକୋର୍ଟ ଆଞ୍ଚଳିକ ଭାଷାରେ ରାୟ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି।