(ସରୋଜ କୁମାର ରାଉତ/ରିପୋଟର୍ସ ଟୁଡେ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଞ୍ଚିଠାରେ ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ବାର୍ଷିକ ୧.୫ କୋଟି ଟଙ୍କାରୁ କମ କାରବାର କରୁଥିବା ବ୍ୟବସାୟୀ (ଦୋକାନୀ, ଖୁଚୁରା ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତି) ମାନଙ୍କ ପାଇଁ ଏକ ପେନସନ ଯୋଜନା ଉଦ୍ଦିଷ୍ଟ। ସମଗ୍ର ଦେଶରେ ଥିବା ୩.୫ ଲକ୍ଷ ସାଧାରଣ ସେବା କେନ୍ଦ୍ର (ସିଏସ୍ସି) ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନେ ପଞ୍ଜୀକରଣର ସୁବିଧା ପାଇବେ । ଏଥିସହିତ ଙ୍ଗଙ୍ଗଙ୍ଗ.ଜ୍ଞବବଦ୍ଭୟଷବଦ୍ଭ.ସଦ୍ଭ/ଙ୍ଖଚ୍ଚବକ୍ଟ୍ରବକ୍ସସ ପୋର୍ଟାଲକୁ ଯାଇ ହିତାଧିକାରୀ ପଞ୍ଜୀକରଣ ସମୟରେ ହିତାଧିକାରୀଙ୍କ ପାଇଁ କେବଳ ଏକ ଆଧାର କାର୍ଡ, ବ୍ୟାଙ୍କ ସଂଚୟ ଖାତା/ଜନ-ଧନ ଆକାଉଣ୍ଟ ପାସ୍ବୁକ୍ର ଆବଶ୍ୟକତା ରହିଛି । ହିତାଧିକାରୀମାନେ ୧୮-୪୦ ବର୍ଷ ବୟସ ବର୍ଗ ମଧ୍ୟରେ ହୋଇଥିବା ଆବଶ୍ୟକ । ୪୦ ଲକ୍ଷ ଟଙ୍କାରୁ ଊର୍ଧ୍ବ କାରବାର କରୁଥିବା ବ୍ୟବସାୟୀଙ୍କ ପାଇଁ ଜିଏସଟିଆଇଏନ ଆବଶ୍ୟକ। ଏହି ଯୋଜନା ଅଧୀନରେ ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା। ହିତାଧିକାରୀ ୬୦ ବର୍ଷରେ ପହଞ୍ଚିବା ପରେ ଅତିକମରେ ମାସିକ ୩,୦୦୦ ଟଙ୍କା ପେନସନ ମିଳିବ।