ଏଣିକି ବଢିବ ତାପମାତ୍ରା

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଏଣିକି ସାରା ରାଜ୍ୟରେ ଜାରି ହେବ ଗ୍ରୀଷ୍ମ ପ୍ରବାହ । ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଡେଇଁବ । ଆସନ୍ତା ସପ୍ତାହକ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ୪୦ ଡିଗ୍ରି ଟପିଯିବାର ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୮ ତାରିଖ ପୂର୍ବାହ୍ନ ପର‌୍ୟ୍ୟନ୍ତ ପୁରୀ ସମେତ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହଲକା ବର୍ଷା ସହ ପବନ ହୋଇପାରେ। କାଁ ଭାଁ ଝଡ଼ବର୍ଷାର ବି ସମ୍ଭାବନା ରହିଛି। ଏହାପରେ ଦିନର ତାପମାତ୍ରା ବଢ଼ିବ। ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହେବ। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ସ୍ଥାନରେ ହାଲକା ବର୍ଷା ହୋଇଛି। ସେପଟେ ଗତକାଲି ପରି ଆଜି ମଧ୍ୟ ମାଲକାନଗିରି ଜିଲ୍ଲାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ଆଜିର ତାପମାତ୍ରା ୩୮ ଡିଗ୍ରି ରହିଥିଲା। କେନ୍ଦୁଝର, ବାଲେଶ୍ବର, ବାରିପଦା, ଚାନ୍ଦବାଲି ଓ ପାରାଦୀପ ସହର ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ଦିନର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା।