(ଜୟନ୍ତ କୁମାର ସେଠୀ / ପୁରୀ): ପୁରୀ ଶ୍ରୀମନ୍ଦିର କିମ୍ବା ପାର୍ଶ୍ୱବର୍ତୀ କୌଣସି ସ୍ଥାନରେ ମଧ୍ୟ ବଡ଼ବଡୁଆ ଡାକ ଶୁଭିବନି କି କାଉଁରିଆ କାଠି ଜଳିବନି। ସମସ୍ତେ ଘରେ ରହି ଦୀପ ଲଗାଇ ଦୀପାବଳୀ ପାଳନ କରିବାକୁ ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।ନିର୍ଦ୍ଧାରିତ ହୋଇଥିବା କେବଳ ଏମାର ମଠ ପାର୍କିଂ ସ୍ଥାନ କିମ୍ବା ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅଂଚଳରେ କୋଭିଡ ୧୯ କଟକଣାକୁ ପାଳନ କରି ପୟାଶ୍ରାଦ୍ଧ କରିପାରିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି।